ମୌସୁମୀ ବର୍ଷାରେ ବେହାଲ ଦିଲ୍ଲୀ , ରେଡ୍ ଆଲର୍ଟ୍ ଜାରି

ମୌସୁମୀର ପ୍ରଭାବରେ ଉତ୍ତର ଭାରତରେ ଲଗାତାର ବର୍ଷା ଜାରି ରହିଛି । ବିଶେଷକରି ଦିଲ୍ଲୀ ଓ ହରିଆଣାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି ସକାଳୁ ଦିଲ୍ଲୀ ଓ ଏହାର ଆଖପାଖ ଏନସିଆର୍ ଅଞ୍ଚଳରେ ମୂଷଳଧାରା ବର୍ଷା ହୋଇଛି ।

ମୌସୁମୀର ପ୍ରଭାବରେ ଉତ୍ତର ଭାରତରେ ଲଗାତାର ବର୍ଷା ଜାରି ରହିଛି । ବିଶେଷକରି ଦିଲ୍ଲୀ ଓ ହରିଆଣାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି ସକାଳୁ ଦିଲ୍ଲୀ ଓ ଏହାର ଆଖପାଖ ଏନସିଆର୍ ଅଞ୍ଚଳରେ ମୂଷଳଧାରା ବର୍ଷା ହୋଇଛି । ଅଳ୍ପ ସମୟର ବର୍ଷାରେ ସହରର ଅନେକ ରାସ୍ତା ଜଳମଗ୍ନ ହୋଇପଡ଼ିଛି। ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅଫିସ୍‌ ସମୟରେ ବର୍ଷା ହେବାରୁ ପ୍ରମୁଖ ସଡ଼କରେ ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା ।

ଅନେକ ଅଣ୍ଡରପାସ୍ ଓ ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ, ହରିଆଣା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆହୁରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଲୋକମାନଙ୍କୁ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥାକୁ ସକ୍ରିୟ କରାଯାଇଥିବାବେଳେ, ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *