ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଧମାକା! ୩ ଦିନରେ ୧୭୬ କୋଟି ପାର୍

ବକ୍ସ ଅଫିସରେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍ ୩’ର ଜବରଦସ୍ତ ଧମାକା । ମାତ୍ର ୩ ଦିନରେ ଫିଲ୍ମ କଲା ବଡ଼ କଲେକ୍ସନ୍। ପୂର୍ବରୁ ଥିବା ଦୁଇଟି ଫିଲ୍ମର ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ କରିଛି ‘ଦୃଶ୍ୟମ୍ ୩ ’।

ବକ୍ସ ଅଫିସରେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍ ୩’ର ଜବରଦସ୍ତ ଧମାକା । ମାତ୍ର ୩ ଦିନରେ ଫିଲ୍ମ କଲା ବଡ଼ କଲେକ୍ସନ୍। ପୂର୍ବରୁ ଥିବା ଦୁଇଟି ଫିଲ୍ମର ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ କରିଛି ‘ଦୃଶ୍ୟମ୍ ୩ ’। ଅଜୟ ଦେବଗନଙ୍କ ‘Drishyam 3: The Conclusion’ ଓପନିଂ ୱିକେଣ୍ଡରେ ବକ୍ସ ଅଫିସରେ ଧମାଲ୍ କରିଛି । ମାତ୍ର ୩ ଦିନରେ ଭାରତରେ ଫିଲ୍ମର ନେଟ୍ କଲେକ୍ସନ୍ ପହଞ୍ଚିଛି ୧୭୬ କୋଟି ୫୦ ଲକ୍ଷ ଟଙ୍କା । ସେହିପରି ୱାର୍ଲ୍ଡୱାଇଡ୍ କଲେକ୍ସନ୍ ହୋଇଛି ୨୭୨ କୋଟି ୮୦ ଲକ୍ଷ ଟଙ୍କା ।

ବିଶେଷ କଥା ହେଉଛି, ତୃତୀୟ ଦିନରେ ମଧ୍ୟ ଫିଲ୍ମର କଲେକ୍ସନ୍ ଜବରଦସ୍ତ ରହିଛି । ଟ୍ରେଡ୍ ରିପୋର୍ଟ ଅନୁସାରେ, ତୃତୀୟ ଦିନରେ ଫିଲ୍ମ ୬୧ କୋଟି ଟଙ୍କା ଇଣ୍ଡିଆ ନେଟ୍ କଲେକ୍ସନ୍ କରିଛି । ପ୍ରଥମ ଦିନରେ ୬୨ କୋଟି ଏବଂ ଦ୍ୱିତୀୟ ଦିନରେ ୫୩ କୋଟି ୫୦ ଲକ୍ଷ ଟଙ୍କା କମାଇଥିଲା ଫିଲ୍ମ । ଏବେ ନଜର ପକାନ୍ତୁ ‘ଦୃଶ୍ୟମ୍’ର ପୁରୁଣା ରେକର୍ଡ ଉପରେ । ୨୦୧୫ରେ ଆସିଥିବା ‘ଦୃଶ୍ୟମ୍’ର ଓପନିଂ ୱିକେଣ୍ଡ କଲେକ୍ସନ୍ ଥିଲା ମାତ୍ର ୨୩ କୋଟି ୫ ଲକ୍ଷ ଟଙ୍କା । ସେହିପରି ୨୦୨୨ରେ ଆସିଥିବା ‘ଦୃଶ୍ୟମ୍ ୨’ ଓପନିଂ ୱିକେଣ୍ଡରେ ୬୪ କୋଟି ୧୪ ଲକ୍ଷ ଟଙ୍କା କମାଇଥିଲା । କିନ୍ତୁ ଏବେ ମାତ୍ର ୩ ଦିନରେ ‘ଦୃଶ୍ୟମ୍ ୩’ ଏହି ଦୁଇ ଫିଲ୍ମର ଓପନିଂ ୱିକେଣ୍ଡ କଲେକ୍ସନ୍‌କୁ ବହୁ ପଛରେ ପକାଇ ଦେଇଛି ।

ଗାନ୍ଧୀ ଜୟନ୍ତୀ ଛୁଟି ସହିତ ଫ୍ରାଞ୍ଚାଇଜର ଜବରଦସ୍ତ ଫ୍ୟାନ୍ ଫଲୋଇଂ ଫିଲ୍ମକୁ ବଡ଼ ଫାଇଦା ଦେଇଛି । ଦର୍ଶକ ପୁଣିଥରେ ଅଜୟ ଦେବଗନଙ୍କୁ ବିଜୟ ସାଲଗାଓଁକର ଭୂମିକାରେ ଦେଖିବାକୁ ଥିଏଟର ମୁହାଁ ହୋଇଛନ୍ତି । ଫିଲ୍ମରେ ଅଜୟ ଦେବଗନଙ୍କ ସହ ଶ୍ରିୟା ସରଣ, ତବୁ, ଇଶିତା ଦତ୍ତାଙ୍କ ସହ ପ୍ରକାଶ ରାଜ ଏବଂ ଜୟଦୀପ ଅହଲାୱତଙ୍କ ଭଳି ଅଭିନେତା ମଧ୍ୟ ରହିଛନ୍ତି । ଏବେ ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୨୭୨ କୋଟି ୮୦ ଲକ୍ଷରେ ପହଞ୍ଚିଥିବାରୁ, ଫିଲ୍ମ ଖୁବଶୀଘ୍ର ୩୦୦ କୋଟି ଟଙ୍କାର ମାଇଲଷ୍ଟୋନ୍ ପାର କରିପାରେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *