ବିଶ୍ୱବ୍ୟାପୀ ପୁଣି ନୂଆ ଆକ୍ରମଣ ପାଇଁ ଖୋଲା ଧମକ ଦେଇଛି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା । ୟୁଏଇର ଫ୍ଲାଇଦୁବାଇ ବିମାନର କୋ-ପାଇଲଟ୍ଙ୍କୁ ପ୍ରଶଂସା କରିବା ସହ ନିଜ ସମର୍ଥକଙ୍କୁ ସେମାନଙ୍କ ଅଭିଯାନ ଆହୁରି ତୀବ୍ର କରିବାକୁ ଆହ୍ୱାନ ଦେଇଛି ଏହି ଆତଙ୍କୀ ଗୋଷ୍ଠୀ ।
ଯୁଦ୍ଧ ଏବେ ସରିନାହିଁ । ବିଶ୍ୱବ୍ୟାପୀ ପୁଣି ନୂଆ ଆକ୍ରମଣ ପାଇଁ ଖୋଲା ଧମକ ଦେଇଛି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା । ୟୁଏଇର ଫ୍ଲାଇଦୁବାଇ ବିମାନର କୋ-ପାଇଲଟ୍ଙ୍କୁ ପ୍ରଶଂସା କରିବା ସହ ନିଜ ସମର୍ଥକଙ୍କୁ ସେମାନଙ୍କ ଅଭିଯାନ ଆହୁରି ତୀବ୍ର କରିବାକୁ ଆହ୍ୱାନ ଦେଇଛି ଏହି ଆତଙ୍କୀ ଗୋଷ୍ଠୀ । ଏହି ବାର୍ତ୍ତା ସାମ୍ନାକୁ ଆସିବା ପରେ ଅନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଆଲ-କାଏଦା ପକ୍ଷରୁ ଜାରି ହୋଇଥିବା ଏକ ପ୍ରଚାର ବାର୍ତ୍ତାରେ ପାଶ୍ଚାତ୍ୟ ଦେଶ ଓ ସେମାନଙ୍କ ସହଯୋଗୀଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି ବୋଲି ଦାବି କରାଯାଇଛି ।
ବିଶେଷ କରି ଫ୍ଲାଇଦୁବାଇର କୋ-ପାଇଲଟ୍ଙ୍କ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ସଙ୍ଗଠନ ତାର ବାର୍ତ୍ତାରେ ଖୋଲା ପ୍ରଶଂସା କରିବା ସହ ବିମାନ ସେବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିବାକୁ ଚେତାବନୀ ଦେଇଛି । ଏହି ଧମକପୂର୍ଣ୍ଣ ବାର୍ତ୍ତା ସାମ୍ନାକୁ ଆସିବା ପରେ ବିମାନ କର୍ମଚାରୀଙ୍କ ପୃଷ୍ଠଭୂମି ଯାଞ୍ଚ ସହ ବିଶ୍ୱର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

