ପୁଣି ପୁରୀରେ ହତ୍ୟାକାଣ୍ଡ, ପଥରରେ ଛେଚି ଜଣଙ୍କୁ ହତ୍ୟା

ପୁଣି ପୁରୀରେ ହତ୍ୟାକାଣ୍ଡ । ଜଗନ୍ନାଥ ବଲ୍ଲଭ ଭିତରେ ବେଣ୍ଟ ପୋଖରୀ ନିକଟରେ ପଥରରେ ଛେଚି ଜଣଙ୍କୁ ହତ୍ୟା କରାଯାଇଛି । ଦୁଇ ମାନସିକ ବିକାରଗ୍ରସ୍ତଙ୍କ ମଧ୍ୟରେ ବଚସାରୁ ହତ୍ୟା ସନ୍ଦେହ କରାଯାଉଛି ।

ପୁଣି ପୁରୀରେ ହତ୍ୟାକାଣ୍ଡ । ଜଗନ୍ନାଥ ବଲ୍ଲଭ ଭିତରେ ବେଣ୍ଟ ପୋଖରୀ ନିକଟରେ ପଥରରେ ଛେଚି ଜଣଙ୍କୁ ହତ୍ୟା କରାଯାଇଛି । ଦୁଇ ମାନସିକ ବିକାରଗ୍ରସ୍ତଙ୍କ ମଧ୍ୟରେ ବଚସାରୁ ହତ୍ୟା ସନ୍ଦେହ କରାଯାଉଛି । ତେବେ ଟାଉନ୍ ଆଇଆଇସିଙ୍କ ସୂଚନା ଅନୁଯାୟୀ ସେ ମୃତକ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅଟନ୍ତି । ସେ ସେଠାରେ ସବୁଦିନ ଶୋଇଥାନ୍ତି । ଘଟଣାସ୍ଥଳରେ ଶୋଉଥିବା ଆଉ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ମଧ୍ୟ ଗତକାଲି ରାତି ୧୦ଟା ପରଠାରୁ ପତ୍ତା ନାହିଁ । ତେଣୁ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରୁଛି ପୁଲିସ । 

Leave a Reply

Your email address will not be published. Required fields are marked *