ଚାଷ କାମରେ ବ୍ୟବହୃତ ଟ୍ରାକ୍ଟର ଓ କମ୍ବାଇନ୍ ହାରଭେଷ୍ଟର ନେଇ ଆସିଛି ବଡ଼ ଖବର । ଜାତୀୟ ରାଜପଥରେ କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ଏହି ଯାନଗୁଡ଼ିକୁ ଟୋଲ୍ ଫି ଛାଡ଼ ଦେବାର ବ୍ୟବସ୍ଥା ରହିଛି ।
ଚାଷ କାମରେ ବ୍ୟବହୃତ ଟ୍ରାକ୍ଟର ଓ କମ୍ବାଇନ୍ ହାରଭେଷ୍ଟର ନେଇ ଆସିଛି ବଡ଼ ଖବର । ଜାତୀୟ ରାଜପଥରେ କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ଏହି ଯାନଗୁଡ଼ିକୁ ଟୋଲ୍ ଫି ଛାଡ଼ ଦେବାର ବ୍ୟବସ୍ଥା ରହିଛି । ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ କମାଇବା ଓ କୃଷି କାର୍ଯ୍ୟକୁ ସହଜ କରିବା ଲକ୍ଷ୍ୟରେ ଏହି ନିୟମ ଲାଗୁ ହୋଇଛି । ନିୟମ ଅନୁସାରେ, ଟ୍ରାକ୍ଟର, କମ୍ବାଇନ୍ ହାରଭେଷ୍ଟର ଓ କିଛି କୃଷି ଯାନ ପାଇଁ ଜାତୀୟ ରାଜପଥର ଟୋଲ୍ ପ୍ଲାଜାରେ ୟୁଜର ଫି ନେବାରୁ ଛାଡ଼ ରହିଛି । କୃଷି କ୍ଷେତ୍ରରେ ଟ୍ରାକ୍ଟର ଓ ହାରଭେଷ୍ଟର ହେଉଛି ଚାଷୀଙ୍କ ମୁଖ୍ୟ ସାଥୀ । ଧାନ କାଟିବା, ଜମି ଚାଷ କରିବା ଭଳି କାମ ପାଇଁ ଏହି ଯନ୍ତ୍ରପାତି ଅତ୍ୟନ୍ତ ଆବଶ୍ୟକ । ଏଥିରେ ଟୋଲ୍ ଖର୍ଚ୍ଚ ଯୋଗ ହେଲେ ଚାଷୀଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡ଼ୁଥିଲା ।
ତେବେ ଅନେକ ସ୍ଥାନରେ ଏହି ନିୟମ ଠିକ୍ ଭାବେ ଲାଗୁ ହେଉନଥିବା ଅଭିଯୋଗ ମଧ୍ୟ ଆସିଛି । କିଛି ଟୋଲ୍ ପ୍ଲାଜାରେ କମ୍ବାଇନ୍ ହାରଭେଷ୍ଟର ଚାଳକଙ୍କଠାରୁ ଫି ଆଦାୟ କରାଯାଉଥିବା ନେଇ ପ୍ରଶ୍ନ ଉଠିଛି । ସରକାର ପକ୍ଷରୁ କୁହାଯାଇଛି ଯେ, ନିୟମର କଡ଼ାକଡ଼ି ପାଳନ ପାଇଁ ପଦକ୍ଷେପ ନିଆଯାଉଛି । ଟୋଲ୍ ପ୍ଲାଜାରେ ଚାଷୀଙ୍କୁ ଅନାବଶ୍ୟକ ଭାବେ ଫି ଦେବାକୁ ନ ପଡ଼ିବ, ସେଥିପାଇଁ ନଜର ରଖାଯାଉଛି । ଚାଷୀଙ୍କ ପାଇଁ ଏହି ନିୟମ ନିଶ୍ଚିତ ଭାବେ ଏକ ଆଶ୍ୱସ୍ତିର ଖବର କିନ୍ତୁ ନିୟମ କେବଳ କାଗଜରେ ନୁହେଁ, ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ସମାନ ଭାବେ ଲାଗୁ ହେବା ଏବେ ବଡ଼ ଆବଶ୍ୟକତା ।

