ଢେଙ୍କାନାଳ ସ୍କୁଲରେ ଅଚେତ ହେଲେ ୬ ଛାତ୍ରୀ, ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚା

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର 6 ଜଣ ଛାତ୍ରୀ ଏକ ସାଙ୍ଗରେ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ଆଜି ଚେତାଶୂନ୍ୟ ହେବା ଘଟଣା ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର 6 ଜଣ ଛାତ୍ରୀ ଏକ ସାଙ୍ଗରେ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ଆଜି ଚେତାଶୂନ୍ୟ ହେବା ଘଟଣା ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଶ୍ରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିସ୍ଥା ପରେ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ସୂଚନାରୁ ଜଣାପଡିଛି। ମାତ୍ର ଦୁଇଦିନ ପୂର୍ବରୁ ଏହିଭଳି ଭାବରେ ଛାତ୍ରୀ ମାନେ ପାଠପଢ଼ୁଥିବା ସମୟରେ ହଠାତ ଅଚେତ ହୋଇ ଯାଇଥିଲେ ।

ଅଧିକ ଖବର ନେବାରୁ ଜଣାଗଲା କ୍ଳାସ ରୁମ ରେ ବସିବା ପାଇଁ ମାତ୍ର 40(ଚାଳିଶ) ଟି ସିଟ ଥିବା ବେଳେ ଏଠାରେ ପଢୁଛନ୍ତି 92(ବୟାନବେ) ଜଣ ଛାତ୍ରଛାତ୍ରୀ , ଯାହାପାଇଁ ବାରମ୍ବାର ଛାତ୍ରଛାତ୍ରୀ ମାନେ ଅଣନିଶ୍ୱାସ ହୋଇ ଏଭଳି ଅବସ୍ଥା ର ସମ୍ମୁଖୀନ ହେଉଥୁବା କହିଛନ୍ତି ପ୍ରଧାନ ଶିକ୍ଷକ। ଅନ୍ୟପଟରେ ଏହା ରକ୍ତଚାପ କାରଣ ପାଇଁ ଘଟୁଥିବା କହିଛନ୍ତି ଡାକ୍ତର । ତେଵେ ବିଦ୍ୟାଳୟ ର ଅନ୍ୟାନ୍ୟ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ମଧ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଉଛି । ବିଦ୍ୟାଳୟରେ ନାହିଁ ପର୍ଯ୍ୟାପ୍ତ କ୍ଳାସ ରୁମ, ନାହିଁ ମଧ୍ୟାନ ଭୋଜନ ଖାଇବା ପାଇଁ ସଠିକ ସ୍ଥାନ ଯାହାପାଇଁ ବିଦ୍ୟାର୍ଥୀ ମାନେ ବିଦ୍ୟାଳୟ ଭିତର ରାସ୍ତାରେ ବସି ପାଠପାଢୁଛନନ୍ତି । ଛାତ୍ରୀ ମାନେ ଗୁହାରି କରିଛନ୍ତି ସରକାରଙ୍କୁ ଆମ କୁ ସୁରକ୍ଷିତ କ୍ଳାଷ ରୁମ ଏଵଂ ମଧ୍ୟାନ ଭୋଜନ ଖାଇବା ପାଇଁ ଘର ଯୋଗାଇ ଦିଆଗଲେ ଆମେ ନିର୍ଭୟରେ ପାଠ ପଢିପାରିବୁ ।

Leave a Reply

Your email address will not be published. Required fields are marked *