ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ ଖୁଲାସା : ପୁରୁଷ ବନ୍ଧୁ ବିରୋଧରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ସୁରାକ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ମୃତ୍ୟୁ ପୂର୍ବରୁ ଚାର୍ଟରେ ରହିଛି  ମାନସିକ ନିର୍ଯାତନା କାହାଣୀ । କଟକ ଡିସିପି ରିଷିକେଶ ଖିଲାରୀ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ମୃତ୍ୟୁ ପୂର୍ବରୁ ଚାର୍ଟରେ ରହିଛି  ମାନସିକ ନିର୍ଯାତନା କାହାଣୀ । କଟକ ଡିସିପି ରିଷିକେଶ ଖିଲାରୀ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । କଲ୍ ରେକର୍ଡିଂରେ ମଧ୍ୟ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କ ବିରୁଦ୍ଧରେ ଅନେକ ପ୍ରମାଣ ରହିଥିବା ଡିସିପି କହିଛନ୍ତି । ଡିଜିଟାଲ ପ୍ରମାଣ ଏକ ବଡ଼ ପ୍ରମାଣ ହେବ ।

ତ୍ରିକୋଣୀୟ ପ୍ରେମ ଥିବାରୁ ଅନ୍ୟ ଜଣେ ବାନ୍ଧବୀଙ୍କୁ ପୁଲିସ ଜେରା କରିପାରେ । ଚନ୍ଦ୍ରିକା ଘର ଛାଡ଼ିବା ପରଠାରୁ ୩ ତାରିଖରେ ପୁରୁଷ ବନ୍ଧୁଙ୍କୁ କଲ୍ କରିଥିଲେ । ଏକାଧିକ ଦିନ ଘରଠାରୁ ଆସି ପୁରୁଷ ବନ୍ଧୁଙ୍କ ସହ ଭେଟ ହୋଇଛନ୍ତି ନା ନାହିଁ, ସେନେଇ ଖୋଳତାଡ଼ ଚାଲିଛି । ତେଣୁ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ଆଣିପାରେ ପୁଲିସ । 

Leave a Reply

Your email address will not be published. Required fields are marked *