ଝାରପଡ଼ା ଜେଲରେ କ୍ରାଇମବ୍ରାଞ୍ଚ ଟିମ୍ ! ସମସ୍ତ ଅଭିଯୁକ୍ତଙ୍କୁ ହେବ ଜେରା

ବହୁଚର୍ଚ୍ଚିତ ଝାରପଡ଼ା ଜେଲ ମାମଲାର ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ । ଆଜି ଝାରପଡ଼ା ଜେଲରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍ । ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା କରାଯିବ ।

ବହୁଚର୍ଚ୍ଚିତ ଝାରପଡ଼ା ଜେଲ ମାମଲାର ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ । ଆଜି ଝାରପଡ଼ା ଜେଲରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍ । ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା କରାଯିବ । ମାମଲା ସମ୍ପର୍କିତ ତଥ୍ୟ ଓ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ।

ଆବଶ୍ୟକ ସ୍ଥଳେ ଜେରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ତଦନ୍ତକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଏନେଇ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥି ସୂଚନା ଦେଇଛନ୍ତି । ଆଗକୁ ଜେରାରୁ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *