ଗ୍ୟାଙ୍ଗଷ୍ଟରକୁ କିଏ ଦେଲା ଭିଆଇପି ସୁବିଧା? ରିପୋର୍ଟକୁ ନେଇ ତର୍ଜମା

ଚୌଦ୍ଵାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର୍ ଥର ଜେଲ ଭିତରେ ପ୍ରବେଶ ଘଟଣା । ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜେଲ ଅଧିକ୍ଷକ । ରିପୋର୍ଟକୁ ନେଇ ଜେଲ ଡିଜିଙ୍କ ତର୍ଜମା । ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ ନେଇ ସୂଚନା ।

ଚୌଦ୍ଵାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର୍ ଥର ଜେଲ ଭିତରେ ପ୍ରବେଶ ଘଟଣା । ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜେଲ ଅଧିକ୍ଷକ । ରିପୋର୍ଟକୁ ନେଇ ଜେଲ ଡିଜିଙ୍କ ତର୍ଜମା । ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ ନେଇ ସୂଚନା । ତେବେ ଜେଲ ଅଧିକ୍ଷକ ତଦନ୍ତ କରି ରିପୋର୍ଟ କରିଥିବାରୁ ନିଜକୁ ଖସାଇ କିଛି ୱାର୍ଡରଙ୍କୁ ଏହି ବିବାଦୀୟ ପ୍ରସଙ୍ଗ ରେ ଦାୟୀ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା  । ୪୮ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ସତ୍ତ୍ୱେ ବିଳମ୍ବରେ ଜେଲ ଅଧିକ୍ଷକ ଦେଇଥିଲେ ରିପୋର୍ଟ ।

ଜେଲ ଭିତରକୁ କେଉଁ ପରିସ୍ଥିତରେ ଥର ଗାଡ଼ି ପଶିଲା, କିଏ ଦେଇଥିଲେ ଅନୁମତି, ଦାୟିତ୍ୱରେ ଥିବା ଜେଲ କର୍ମଚାରୀ, ଅଧିକାରୀ କରୁଥିଲେ କଣ, କାହିଁକି ଗ୍ୟାଙ୍ଗ ଷ୍ଟରକୁ ଏତେ ଅନୁକମ୍ପା, ଏ ସବୁ ଦିଗକୁ ନେଇ ରିପୋର୍ଟ ଦେବାକୁ କଟକ ରେଞ୍ଜ ଡିଆଇଜିକୁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ କଡା ତାଗିଦ ପରେ ସେ ଜେଲ ଅଧିକ୍ଷକଙ୍କ ରିପୋର୍ଟ ତଲବ କରିଥିଲେ । ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଥିଲା।  ଦେଖିବାର କଥା ହେଉଛି  ଜେଲ ଭିତରେ ଥର ପଶିବା ବିବାଦୀୟ ପ୍ରସଙ୍ଗ ଉପରେ ଜେଲ ଡିଜି ରିପୋର୍ଟ ଅନୁସାରେ କାହା ଉପରେ ଆକ୍ସନ ନେଉଛନ୍ତି । ଆଉ କି ପ୍ରକାର ଆକ୍ସନ ନେଉଛନ୍ତି  ଏବଂ କେବେ ନେଉଛନ୍ତି । ଜେଲ ଅଧିକ୍ଷକ ସୁଜିତ ରାହୁଲ ଏବଂ ଅନ୍ୟମାନଙ୍କ ଉପରେ କିଛି ଆକ୍ସନ ହେଉଛି ନା ନାହିଁ ଦେଖିବାର କଥା ।

ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ
ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜେଲ ଅଧିକ୍ଷକ
ରିପୋର୍ଟକୁ ନେଇ ଜେଲ ଡିଜିଙ୍କ ତର୍ଜମା
କେଉଁ ପରିସ୍ଥିତରେ ଥର ଗାଡ଼ି ପଶିଲା 
କିଏ ଦେଇଥିଲେ ଅନୁମତି
ଦାୟିତ୍ୱରେ ଥିବା ଜେଲ କର୍ମଚାରୀ, ଅଧିକାରୀ କରୁଥିଲେ କଣ
କାହିଁକି ଗ୍ୟାଙ୍ଗ ଷ୍ଟରକୁ ଏତେ ଅନୁକମ୍ପା

Leave a Reply

Your email address will not be published. Required fields are marked *