ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

ତାମିଲନାଡୁର ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଥରେ ଓଡ଼ିଶା ପାଇଁ ଦୁଃଖଦ ଖବର ଆଣିଛି। ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି । ଏହାପୂର୍ବରୁ ଏହି ଦୁର୍ଘଟଣାରେ କେନ୍ଦୁଝରର ୫ ଜଣ ଶ୍ରମିକ ପ୍ରାଣ ହରାଇଥିଲେ

ତାମିଲନାଡୁର ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଥରେ ଓଡ଼ିଶା ପାଇଁ ଦୁଃଖଦ ଖବର ଆଣିଛି। ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି । ଏହାପୂର୍ବରୁ ଏହି ଦୁର୍ଘଟଣାରେ କେନ୍ଦୁଝରର ୫ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ନୂଆ ମୃତ୍ୟୁ ସହ ଶୋକାକୁଳ ହୋଇପଡ଼ିଛି ସମଗ୍ର ଅଞ୍ଚଳ । ମୃତକଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଥିବା ବେଳେ, ଗାଁରେ ଶୋକର ଛାୟା ଖେଳିଯାଇଛି । 

ଅନ୍ୟପଟେ, ଏବେ ବି ୪ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ, ସମସ୍ତଙ୍କ ନଜର ରହିଛି ସେମାନଙ୍କ ସୁସ୍ଥତା ଉପରେ । ଏହି ଦୁର୍ଘଟଣା ପରେ ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏବଂ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *