ଉତ୍ତରାଖଣ୍ଡର ହଳଦୱାନୀ ସ୍ଥିତ ରାମଲୀଳା ମଇଦାନରେ କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କର ଏକ ରାଲି ପରେ ସେଠାରେ ‘ଶୁଦ୍ଧିକରଣ’ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଦେଶରେ ଦଳିତମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ।
ଉତ୍ତରାଖଣ୍ଡର ହଳଦୱାନୀ ସ୍ଥିତ ରାମଲୀଳା ମଇଦାନରେ କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କର ଏକ ରାଲି ପରେ ସେଠାରେ ‘ଶୁଦ୍ଧିକରଣ’ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଦେଶରେ ଦଳିତମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ । ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ଖଡଗେ କହିଛନ୍ତି, ଆମେ ସବୁବେଳେ କହିଆସୁଛୁ ଯେ ଏ ଦେଶରେ ଦଳିତମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେମାନେ ଧର୍ମ ନାମରେ ସମସ୍ତଙ୍କୁ ଭାଗ ଭାଗ କରୁଛନ୍ତି ।
ମୋର ଭାଷଣ ପରେ ସେଠାରେ ଯଜ୍ଞ କରିବାର ଆବଶ୍ୟକତା କ’ଣ ଥିଲା? ମଲ୍ଲିକାର୍ଜୁନ ଖଡଗେ ଗତ ଶନିବାର ଦିନ ହଳଦୱାନୀର ରାମଲୀଳା ମଇଦାନରେ ବିଜୟ ଶଙ୍ଖନାଦ ରାଲିକୁ ସମ୍ବୋଧିତ କରିଥିଲେ । ଏହାର ଦୁଇ ଦିନ ପରେ, ଅଗଷ୍ଟ ୧୦ ତାରିଖରେ ଶ୍ରୀ ରାମ ସେନା ରାଲି ସ୍ଥଳରେ ଏକ ଶୁଦ୍ଧିକରଣ ଯଜ୍ଞ ଅନୁଷ୍ଠିତ କରିଥିଲା । ମୌସୁମୀ ଅଧିବେଶନର ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲେ । ଏଥିସହ ବିଜେପିକୁ ସମାଲୋଚନା କରିଥିଲେ ।

