ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଭରତପୁର ଥାନା ଅଞ୍ଚଳରୁ ରାତି ଅଧରେ ଏକ ଖପୁରୀ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଭୟ ଓ ସନ୍ଦେହର ପରିବେଶ ସୃଷ୍ଟି ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଭରତପୁର ଥାନା ଅଞ୍ଚଳରୁ ରାତି ଅଧରେ ଏକ ଖପୁରୀ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଭୟ ଓ ସନ୍ଦେହର ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳବାସୀମାନେ ପ୍ରଥମେ ଏହି ଖପୁରୀକୁ ଦେଖି ପୁଲିସ୍କୁ ଖବର ଦେଇଥିଲେ । ତାହା ପରେ ଭରତପୁର ଥାନା ପୁଲିସ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଖପୁରୀକୁ ଜବତ କରି ନେଇଛି । ଏହି ଅଞ୍ଚଳରେ କୌଣସି ମଶାଣୀ ନଥିବାରୁ ଏହି ଖପୁରୀ କିପରି ଏଠାକୁ ଆସିଲା ବୋଲି ଅନେକ ପ୍ରଶ୍ନ ଉଠୁଛି । କିଏ ଏଠାରେ ଏହାକୁ ଫିଙ୍ଗି ଯାଇଛି କି ନାହିଁ, କିମ୍ବା ଏହା କାହାର ତାହା ନେଇ ଅନେକ ସନ୍ଦେହ ଘନୀଭୂତ ହେଉଛି । ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ପୁଲିସ୍ ଏହାର ସତ୍ୟତା ଓ ଉତ୍ସ ଜାଣିବା ପାଇଁ ଗଭୀର ତଦନ୍ତ ଆରମ୍ଭ କରିଛି । ଏହି ଖପୁରୀ କାହାର ଓ କିପରି ଏଠାକୁ ଆସିଲା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇ ରହିଛି ।

