ଲଗାଣ ବର୍ଷା ଏବେ କେନ୍ଦ୍ରାପଡ଼ା ଚାଷୀଙ୍କ ପାଇଁ ଆଣିଛି ବଡ଼ ସଙ୍କଟ । ବର୍ଷକର ପରିଶ୍ରମ ଆଖି ଆଗରେ ନଷ୍ଟ ହେବାକୁ ବସିଛି । ଅଧିକ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷ ଜମି ଏବେ ଜଳମଗ୍ନ ହୋଇପଡ଼ିଛି ।
ଲଗାଣ ବର୍ଷା ଏବେ କେନ୍ଦ୍ରାପଡ଼ା ଚାଷୀଙ୍କ ପାଇଁ ଆଣିଛି ବଡ଼ ସଙ୍କଟ । ବର୍ଷକର ପରିଶ୍ରମ ଆଖି ଆଗରେ ନଷ୍ଟ ହେବାକୁ ବସିଛି । ଅଧିକ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷ ଜମି ଏବେ ଜଳମଗ୍ନ ହୋଇପଡ଼ିଛି । ଚାଷୀଙ୍କ ଅଭିଯୋଗ ଅନୁସାରେ, ଏକ ପୋଲ ନିର୍ମାଣ କାମ ପାଇଁ କେନାଲକୁ ଅବରୋଧ କରାଯାଇଛି । ଫଳରେ ବର୍ଷା ଜଳ ସ୍ୱାଭାବିକ ଭାବେ ନିଷ୍କାସନ ହୋଇପାରୁନାହିଁ । ଦୀର୍ଘ ଦିନ ଧରି ଏହି ସମସ୍ୟା ରହିଥିବାବେଳେ ଏବେ ଲଗାଣ ବର୍ଷା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି । କେନାଲରେ ପାଣି ନିଷ୍କାସନର ବାଟ ବନ୍ଦ ହୋଇଯିବାରୁ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି । ଧାନ ଓ ଅନ୍ୟାନ୍ୟ ଫସଲ ଏବେ ପାଣି ଭିତରେ ବୁଡ଼ି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି ।
ସୂଚନା ଅନୁସାରେ, ଏହି ସମସ୍ୟାରେ ପାଞ୍ଚଟି ପଞ୍ଚାୟତର ଚାଷୀ ପ୍ରଭାବିତ ହୋଇଛନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ନିଜ ଫସଲର ଭବିଷ୍ୟତକୁ ନେଇ ଚିନ୍ତାରେ । ଚାଷୀମାନେ ଦାବି କରିଛନ୍ତି, ତୁରନ୍ତ କେନାଲରୁ ଅବରୋଧ ହଟାଇ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉ । ନଚେତ ଆଗାମୀ ଦିନରେ ଚାଷରେ ବଡ଼ କ୍ଷତି ହେବା ସହ ଅନେକ ପରିବାର ଆର୍ଥିକ ସଙ୍କଟରେ ପଡ଼ିବେ ବୋଲି ଚାଷୀ ଆଶଙ୍କା କରିଛନ୍ତି ।

