ଘରେ ବନାନ୍ତୁ ସ୍ୱାଦିଷ୍ଟ ଭେଜ୍ ଉତ୍ତପମ : ପିଲା ଠୁ ବୁଢା ସମସ୍ତଙ୍କ ପସନ୍ଦର ଖାଇବା ହେବ

ଦକ୍ଷିଣ ଭାରତୀୟ ଖାଦ୍ୟର ଲୋକପ୍ରିୟତା ଏବେ ସାରା ଦେଶରେ ବଢ଼ିଚାଲିଛି। ଇଡଲି, ଦୋସା, ସାମ୍ବର ପରି ଭେଜ୍ ଉତ୍ତପମ ମଧ୍ୟ ଏକ ସ୍ୱାଦିଷ୍ଟ, ହାଲୁକା ଓ ପୌଷ୍ଟିକ ବ୍ୟଞ୍ଜନ।

ଦକ୍ଷିଣ ଭାରତୀୟ ଖାଦ୍ୟର ଲୋକପ୍ରିୟତା ଏବେ ସାରା ଦେଶରେ ବଢ଼ିଚାଲିଛି। ଇଡଲି, ଦୋସା, ସାମ୍ବର ପରି ଭେଜ୍ ଉତ୍ତପମ ମଧ୍ୟ ଏକ ସ୍ୱାଦିଷ୍ଟ, ହାଲୁକା ଓ ପୌଷ୍ଟିକ ବ୍ୟଞ୍ଜନ। ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ଏହା ଖାଇବାକୁ ଅନେକେ ପସନ୍ଦ କରନ୍ତି। ଯଦି ଆପଣଙ୍କର ମଧ୍ୟ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି, ତେବେ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଭେଜ୍ ଉତ୍ତପମ। 

ଆବଶ୍ୟକ ସାମଗ୍ରୀ:
୨ କପ୍ , ଦୋ୍ସା ମିଶ୍ରଣ(ଚାଉଳ-ବିରି ଘୋଳ)
୧ଟି ମଧ୍ୟମ ଆକାରର ପିଆଜ (ଛୋଟଛୋଟ ଆକାରରେ କାଟିଦିଅନ୍ତୁ)
୧ଟି ଟମାଟୋ(ଛୋଟଛୋଟ ଆକାରରେ କାଟିଦିଅନ୍ତୁ)
୧ଟି କ୍ୟାପ୍ସିକମ୍ (ଛୋଟଛୋଟ ଆକାରରେ କାଟିଦିଅନ୍ତୁ)
୧ଟି ଗାଜର (କୋରା)
୧–୨ଟି କଞ୍ଚା ଲଙ୍କା (ଛୋଟଛୋଟ ଆକାରରେ କାଟିଦିଅନ୍ତୁ)
ଅଳ୍ପ ଧନିଆ ପତ୍ର (ଛୋଟଛୋଟ ଆକାରରେ କାଟିଦିଅନ୍ତୁ)
ତେଲ କିମ୍ବା ଘିଅ
ଲୁଣ (ସ୍ୱାଦ ଅନୁସାରେ)
ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସମସ୍ତ ପନିପରିବାକୁ ଭଲ ଭାବେ ଧୋଇ ଛୋଟଛୋଟ ଆକାରରେ କାଟିଦିଅନ୍ତୁ । ଏବେ ତାୱାକୁ ମଧ୍ୟମ ଆଞ୍ଚରେ ଗରମ କରି ସେଥିରେ ସାମାନ୍ୟ ତେଲ କିମ୍ବା ଘିଅ ଲଗାନ୍ତୁ। ଏବେ ଏକ କରଛୁଲି ସ‌ାହାଯ୍ୟରେ ତାୱା ଉପରେପ୍ରସ୍ତୁତ କରିଥିବା ଆଣକୁ ଢାଳି ଗୋଲାକାରରେ ହାଲୁକା ଭାବେ ପ୍ରସାରିତ କରନ୍ତୁ। ମନେରଖନ୍ତୁ, ଉତ୍ତପମ , ଦୋସା ପରି ପତଳା ନୁହେଁ, ବରଂ କିଛିଟା ମୋଟା ରଖାଯାଏ।

ଏହା ପରେ ମିଶ୍ରଣ ଉପରେ କଟା ପିଆଜ, ଟମାଟୋ, କ୍ୟାପ୍ସିକମ୍, ଗାଜର, କଞ୍ଚା ଲଙ୍କା ଓ ଧନିଆ ପତ୍ର ସମାନ ଭାବରେ ପକାଇ ହାଲୁକା ହାତରେ ଚାପି ଦିଅନ୍ତୁ, ଯାହାଫଳରେ ପନିପରିବା ମିଶ୍ରଣ ସହ ଭଲ ଭାବେ ଲାଗି ରହିବ।ଏବେ ଉତ୍ତପମର ଚାରିପାଖରେ ସାମାନ୍ୟ ତେଲ କିମ୍ବା ଘିଅ ପକାଇ ମଧ୍ୟମ ଆଞ୍ଚରେ ସେକନ୍ତୁ। ତଳ ପାର୍ଶ୍ୱ ସୁନେଲି ଓ ହାଲୁକା ଖସଖସିଆ ହୋଇଗଲେ ଏହାକୁ ସାବଧାନର ସହ ଓଲଟାଇ ଅନ୍ୟ ପାର୍ଶ୍ୱକୁ ମଧ୍ୟ ଭଲ ଭାବେ ସେକି ନିଅନ୍ତୁ। ପ୍ରସ୍ତୁତ ଭେଜ୍ ଉତ୍ତପମକୁ ଗରମାଗରମ ନଡ଼ିଆ ଚଟଣୀ, ଟମାଟୋ ଚଟଣୀ କିମ୍ବା ସାମ୍ବାର ସହ ପରଷନ୍ତୁ। ଅଧିକ ପୌଷ୍ଟିକ କରିବା ପାଇଁ ଏଥିରେ ସ୍ୱିଟ୍ କର୍ଣ୍ଣ, ପନିର୍ କିମ୍ବା ନିଜ ପସନ୍ଦର ଅନ୍ୟ ପନିପରିବା ମଧ୍ୟ ମିଶାଇ ପାରିବେ।
ସ୍ୱାଦ ଓ ସ୍ୱାସ୍ଥ୍ୟର ଉତ୍କୃଷ୍ଟ ମିଶ୍ରଣ ହେଉଛି ଭେଜ୍ ଉତ୍ତପମ। ସହଜ ରେସିପିରେ ଘରେ ପ୍ରସ୍ତୁତ କରି ପରିବାର ସହ ଦକ୍ଷିଣ ଭାରତୀୟ ସ୍ୱାଦର ଆନନ୍ଦ ଉଠାନ୍ତୁ।

Leave a Reply

Your email address will not be published. Required fields are marked *