କାନାଡା ଉପରେ ୫୦% ଶୁଳ୍କ ବୋମା ପକାଇଲେ ଟ୍ରମ୍ପ : ବିଶ୍ୱ ବଜାରରେ ଅସ୍ଥିରତା ବଢ଼ିଲା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ କାନାଡିୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସେ ଏହି ନିଷ୍ପତ୍ତି ପାଇଁ କାନାଡାର ସାମ୍ପ୍ରତିକ କାର୍ଯ୍ୟକୁ ଦାୟୀ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ କାନାଡିୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସେ ଏହି ନିଷ୍ପତ୍ତି ପାଇଁ କାନାଡାର ସାମ୍ପ୍ରତିକ କାର୍ଯ୍ୟକୁ ଦାୟୀ କରିଛନ୍ତି। ଆମେରିକୀୟ ଯାନବାହନ, ମଦ ଏବଂ କ୍ଷୀର ଉତ୍ପାଦ ଉପରେ କନାଡା ଅନ୍ୟାୟ କରିଛି। ତେଣୁ କାନାଡାର ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରାଯାଇଥିବା ସେ କହିଛନ୍ତି।

ନୂତନ ଶୁଳ୍କ ୩୦ ଦିନ ପରେ କାର୍ଯ୍ୟକାରୀ ହେବ। ନୂତନ ଶୁଳ୍କ ମଦ, ହକି ଷ୍ଟିକ୍ ପରି ଦୈନନ୍ଦିନ ବ୍ୟବହାର୍ୟ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ବାଣିଜ୍ୟିକ ସିମେଣ୍ଟ ଭଳି ଶିଳ୍ପ ସାମଗ୍ରୀ ଉପରେ ଲାଗୁ ହେବ। ନୂତନ ଶୁଳ୍କ ଶକ୍ତି ଉତ୍ପାଦ, ପଟାସ୍, ମାଛ ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥକୁ ଅନ୍ତର୍ଭୁକ୍ତ କରିବ ନାହିଁ। ତେବେ ଏଥିରେ ଯୁକ୍ତରାଷ୍ଟ୍ର-ମେକ୍ସିକୋ-କାନାଡା ଚୁକ୍ତି ଅନୁଯାୟୀ ପୂର୍ବରୁ ଛାଡ଼ ପାଇଥିବା ସାମଗ୍ରୀ ଅନ୍ତର୍ଭୁକ୍ତ ହେବ। ଏହା ଯୋଗୁଁ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଉତ୍ତେଜନା ସୃଷ୍ଟିର ଆଶଙ୍କା ରହିଛି। 

ଟ୍ରମ୍ପ ୯୪ ବର୍ଷ ତଳର ୧୯୩୦ ମସିହାର ବାଣିଜ୍ୟ ଆଇନର ଧାରା ୩୩୮ ଅନୁଯାୟୀ ଶୁଳ୍କ ଲାଗୁ କରିବା ପାଇଁ ତିନୋଟି ଆଦେଶରେ ସ୍ୱାକ୍ଷର କରିଛନ୍ତି। ଗତ ବର୍ଷ, ଅନେକ ଡେମୋକ୍ରାଟିକ୍ ସାଂସଦ ଏହି ଧାରା ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେଇଥିଲେ। ସେମାନେ କହିଥିଲେ ଯେ ଟ୍ରମ୍ପ ଏହାକୁ ଅର୍ଥନୀତିକୁ ଅସ୍ଥିର କରିବା ପାଇଁ ବ୍ୟବହାର କରିବାର ସମ୍ଭାବନା ରହିଛି।ଟ୍ରମ୍ପଙ୍କ ଏହି ପଦକ୍ଷେପ ଏକ ନୂତନ ପର୍ଯ୍ୟାୟ ଆର୍ଥିକ ଅସ୍ଥିରତା ସୃଷ୍ଟି କରି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିବା ଯଥେଷ୍ଟ ଆଶଙ୍କା ରହିଛି।। ଆମେରିକା ଏବଂ କାନାଡା ପରସ୍ପରର ଘନିଷ୍ଠ ସହଯୋଗୀ ଅଛନ୍ତି, କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ବର୍ତ୍ତମାନର କାର୍ଯ୍ୟକାଳ ସମୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ୍ ବ୍ୟତୀତ କାନାଡା ଏକମାତ୍ର ଦେଶ ଥିଲା ଯିଏ ଟ୍ରମ୍ପଙ୍କ ପୂର୍ବ ଶୁଳ୍କର କଡ଼ା ଜବାବ ଦେଇଥିଲା।

ଆମେରିକା ପୂର୍ବରୁ କାନାଡିଆନ୍ ଷ୍ଟିଲ୍, ଆଲୁମିନିୟମ୍ ଏବଂ ତମ୍ବା ଉପରେ ୧୫ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛି। ଏହା ବ୍ୟତୀତ, ସଫ୍ଟୱୁଡ୍ କାଠ ଉପରେ ୩୫ ପ୍ରତିଶତ ଶୁଳ୍କ ଏବଂ ଯାନରେ ବ୍ୟବହୃତ ଅଣ-ଆମେରିକୀୟ ଅଂଶ ଉପରେ ୨୫ ପ୍ରତିଶତ ଶୁଳ୍କ ଜାରି ରହିଛି। କାନାଡା ଆମେରିକୀୟ ଇସ୍ପାତ, ଆଲୁମିନିୟମ୍ ଏବଂ କିଛି ଯାନବାହନ ଉପରେ ୨୫ ପ୍ରତିଶତ ପ୍ରତିଶୋଧମୂଳକ ଶୁଳ୍କ ମଧ୍ୟ ଲାଗୁ କରିଛି।

କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି, ସେ ଖୁବ୍ ଶୀଘ୍ର ଆମେରିକା ସହିତ ବାଣିଜ୍ୟ ଆଲୋଚନାକୁ ତ୍ୱରାନ୍ୱିତ କରିବେ। ସେ ଅଭିଯୋଗ କରିଛନ୍ତି, ଆମେରିକା କାନାଡା-ଆମେରିକା-ମେକ୍ସିକୋ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଭାବନା ବିରୋଧଦ୍ରେ ଗୋଟିଏ ପରେ ଗୋଟିଏ ବାଣିଜ୍ୟିକ ପଦକ୍ଷେପ ନେଉଛି। କାର୍ନି ଏକ ବିବୃତିରେ କହିଛନ୍ତି, ତାଙ୍କ ସରକାର ମୁକ୍ତ ଏବଂ ନିରପେକ୍ଷ ବାଣିଜ୍ୟର ଲାଭରେ ବିଶ୍ୱାସ କରେ ଏବଂ ୨୦ ରୁ ଅଧିକ ନୂତନ ଅର୍ଥନୈତିକ ଏବଂ ସୁରକ୍ଷା ସହଭାଗୀତା ସ୍ୱାକ୍ଷର କରିଛି। ସେ କହିଛନ୍ତି, ଏହି ବାଣିଜ୍ୟ ବିବାଦ ଯୋଗୁଁ ଆମେରିକାରେ ରହୁଥିବା ଲୋକଙ୍କ ଉପରେ ଖର୍ଚ୍ଚର ବୋଝ ବଢ଼ିଛି।

Leave a Reply

Your email address will not be published. Required fields are marked *