କଳିଯୁଗର ପ୍ରଭାବଶାଳୀ ଶିବ ମନ୍ଦିର! ଦର୍ଶନ ମାତ୍ରେ କଟିଯିବ ସବୁ ପାପ!

ହିମାଳୟର କୋଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩,୫୮୩ ମିଟର ଉଚ୍ଚତାରେ ଅବସ୍ଥିତ କେଦାରନାଥ ଧାମ। ମହାଭାରତ ଯୁଦ୍ଧ ପରେ ପାପରୁ ମୁକ୍ତି ପାଇବା ପାଇଁ ପାଣ୍ଡବମାନେ ଶିବଙ୍କ ସନ୍ଧାନରେ ଏଠାକୁ ଆସିଥିଲେ।

ଭକ୍ତି ଓ ଆଧ୍ୟାତ୍ମିକତାର ପବିତ୍ର ମାସ ଶ୍ରାବଣରେ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଶିବଧାମ ଅଭିମୁଖେ ଯାତ୍ରା କରନ୍ତି। ଭାରତ ହେଉଛି ପ୍ରାଚୀନ ମନ୍ଦିରର ଦେଶ, ଯେଉଁଠାରେ ପ୍ରତ୍ୟେକ ତୀର୍ଥ ନିଜ ଭିତରେ ଅନନ୍ୟ ରହସ୍ୟ, ଚମତ୍କାର ଏବଂ ପୌରାଣିକ କଥା ସମେତ ରଖିଛି। ବିଶେଷ କରି ମହାରାଷ୍ଟ୍ରର ତ୍ର୍ୟମ୍ବକେଶ୍ଵର ଜ୍ୟୋତିର୍ଲିଙ୍ଗ ଏବଂ ଉତ୍ତରାଖଣ୍ଡର କେଦାରନାଥ ଧାମ ଏପରି ଦୁଇଟି ପ୍ରମୁଖ ତୀର୍ଥ, ଯାହାର ଦର୍ଶନ ଶ୍ରାବଣ ମାସରେ ବିଶେଷ ଫଳଦାୟୀ ବୋଲି ବିଶ୍ୱାସ କରାଯାଏ।

ତ୍ର୍ୟମ୍ବକେଶ୍ଵର ମନ୍ଦିର ଭଗବାନ ଶିବଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଠାରେ ଥିବା ଶିବଲିଙ୍ଗ ଏକ ନୁହେଁ, ବରଂ ତିନି ମୁଖ ବିଶିଷ୍ଟ, ଯାହାଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ପ୍ରତୀକ ବୋଲି ମାନାଯାଏ। ଏହି ଜ୍ୟୋତିର୍ଲିଙ୍ଗ ଏକ କୁଣ୍ଡ ମଧ୍ୟରେ ଅବସ୍ଥିତ ଏବଂ କ୍ରମାଗତ ଜଳାଭିଷେକ ଯୋଗୁଁ ଏହା ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ବିଶ୍ୱାସ କରାଯାଏ ଯେ, ଏହା କଳିଯୁଗରେ ଧର୍ମର ପତନର ସଙ୍କେତ।

ପୌରାଣିକ କଥା ଅନୁସାରେ, ଗୌତମ ଋଷି ମରୁଡ଼ି ପ୍ରପୀଡ଼ିତ ଲୋକଙ୍କ କଲ୍ୟାଣ ପାଇଁ କଠୋର ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ଗଙ୍ଗାଙ୍କୁ ଏଠାରେ ପ୍ରକଟ ହେବାକୁ ଆଦେଶ ଦେଇଥିଲେ । ଏହି ଧାରା ପରବର୍ତ୍ତୀ ସମୟରେ ଗୋଦାବରୀ ନଦୀ ଭାବେ ପରିଚିତ ହେଲା, ଯାହାକୁ ‘ଦକ୍ଷିଣର ଗଙ୍ଗା’ କୁହାଯାଏ । ଏଠାରେ ଥିବା କୁଶାବର୍ତ୍ତ କୁଣ୍ଡ କେବେ ଶୁଖେ ନାହିଁ, ଯାହା ଏକ ରହସ୍ୟ ହୋଇ ରହିଛି।

ହିମାଳୟର କୋଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩,୫୮୩ ମିଟର ଉଚ୍ଚତାରେ ଅବସ୍ଥିତ କେଦାରନାଥ ଧାମ। ମହାଭାରତ ଯୁଦ୍ଧ ପରେ ପାପରୁ ମୁକ୍ତି ପାଇବା ପାଇଁ ପାଣ୍ଡବମାନେ ଶିବଙ୍କ ସନ୍ଧାନରେ ଏଠାକୁ ଆସିଥିଲେ। ଭଗବାନ ଶିବ ନନ୍ଦୀଙ୍କ ରୂପ ଧାରଣ କରି ଲୁଚି ଯାଇଥିଲେ ମଧ୍ୟ ଭୀମ ତାଙ୍କୁ ଚିହ୍ନି ପାରିଥିଲେ। ଏହି ସମୟରେ ଭଗବାନ ଶିବଙ୍କ ଶରୀରର ପାଞ୍ଚଟି ଭାଗ ବିଭିନ୍ନ ସ୍ଥାନରେ ପ୍ରକଟ ହେଲା, ଯାହାକୁ ‘ପଞ୍ଚ କେଦାର’ କୁହାଯାଏ।

ଏହି ମନ୍ଦିରର ନିର୍ମାଣ ଶୈଳୀ ମଧ୍ୟ ରହସ୍ୟମୟ। ବିନା ସିମେଣ୍ଟ ବା ଚୂନରେ ବିଶାଳ ପଥର ଦ୍ୱାରା ନିର୍ମିତ ଏହି ମନ୍ଦିର ଶତାବ୍ଦୀ ଶତାବ୍ଦୀ ଧରି ବରଫ ଝଡ଼ ଓ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରି ଆସିଛି। ୨୦୧୩ ମସିହାର ଭୟଙ୍କର ବନ୍ୟା ସମୟରେ ଏକ ବିଶାଳ ପଥର ଯାହାକୁ ଭୀମଶିଳା କୁହାଯାଏ, ମନ୍ଦିର ପଛରେ ଆସି ଅଟକି ଯାଇଥିଲା, ଯାହା ପାଣିର ସ୍ରୋତକୁ ବଦଳାଇ ଦେଇ ମନ୍ଦିରକୁ ସୁରକ୍ଷିତ ରଖିଲା। ଭକ୍ତମାନେ ଏହାକୁ ଭଗବାନଙ୍କ ଚମତ୍କାର ବୋଲି ବିଶ୍ୱାସ କରନ୍ତି।

ତ୍ର୍ୟମ୍ବକେଶ୍ଵର ଏବଂ କେଦାରନାଥ କେବଳ ଧାର୍ମିକ ସ୍ଥଳ ନୁହଁନ୍ତି, ବରଂ ଏହା ଭାରତର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ରହସ୍ୟମୟ ଐତିହ୍ୟର ପ୍ରତୀକ। ଜଣେ ଭକ୍ତ ପାଇଁ ଏହା ଶ୍ରଦ୍ଧାର କେନ୍ଦ୍ର ହୋଇଥିବା ବେଳେ ବୈଜ୍ଞାନିକମାନଙ୍କ ପାଇଁ ଏହାର ନିର୍ମାଣ ଶୈଳୀ ଏବଂ ଭୌଗୋଳିକ ସ୍ଥିତି ଏବେ ବି ଅନୁସନ୍ଧାନର ବିଷୟ। ଶ୍ରାବଣ ମାସରେ ଏହି ଦିବ୍ୟ ଶକ୍ତିପୀଠଗୁଡ଼ିକର ମହିମା ଭକ୍ତଙ୍କୁ ଏକ ଅପୂର୍ବ ଶାନ୍ତି ଓ ଭକ୍ତିର ଅନୁଭୂତି ପ୍ରଦାନ କରେ।

Leave a Reply

Your email address will not be published. Required fields are marked *