ତଦନ୍ତରୁ ଜଣାପଡ଼ିଛି ଯେ କିଛି ଦିନ ପୂର୍ବରୁ ମଧ୍ୟ ଅଭିଯୁକ୍ତ ପ୍ରସନ୍ନ କୁମାର ଭଟ୍ଟ ସେହି ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଆକାରରେ ନେଇ ସାରିଥିଲେ । ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G)ର ହିତାଧିକାରୀଙ୍କଠାରୁ ବୋନସ ଟଙ୍କା ମଞ୍ଜୁର କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜଜାଙ୍କିଆ ଗ୍ରାମପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ପ୍ରସନ୍ନ କୁମାର ଭଟ୍ଟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।
ସୂଚନା ଅନୁସାରେ, PMAY-G ଅଧୀନରେ ଗୃହ ନିର୍ମାଣ କରିଥିବା ଜଣେ ହିତାଧିକାରୀଙ୍କୁ ଜବ୍ କାର୍ଡଧାରୀ ଭାବେ ମିଳିବାକୁ ଥିବା ବୋନସ ରାଶି ମଞ୍ଜୁର କରିବା ପାଇଁ ଅଭିଯୁକ୍ତ ଲାଞ୍ଚ ଦାବି କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଲାଞ୍ଚ ନେବା ସମୟରେ ତାଙ୍କୁ କାବୁ କରିଥିଲା ।