କଟକରେ ନବୀନଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି , ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକୁ ତ୍ରୀବ୍ର ନିନ୍ଦା

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ପରେ ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଟକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି ।

ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ପରେ ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଟକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି ।

କଟକ ବିଜେପି ଯୁବ ମୋର୍ଚ୍ଚାର ୨୬ ନମ୍ବର ୱାର୍ଡ କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିକୁ ସମାଲୋଚନା କରି ଗଗନ ଓଝା କହିଛନ୍ତି ଯେ, “ଅନ୍ୟର ଇସ୍ତଫା ଦାବି କରିବା ପୂର୍ବରୁ ନବୀନ ବାବୁ ନିଜର ଅତୀତକୁ ଥରେ ନଜର ପକାଇବା ଉଚିତ୍ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶାରେ ଅନେକ ବଡ଼ ବଡ଼ ସ୍କାମ୍ ଏବଂ ଘଟଣା ଘଟିଛି, ସେତେବେଳେ କେତେଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହୋଇଛି, ନିଯୁକ୍ତିରେ ଦୁର୍ନୀତି ହୋଇଛି ଏବଂ ଅପରାଧିକ ମାମଲା ବଢ଼ିଛି। ମାତ୍ର ସେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କୌଣସି ଦୃଢ଼ ପଦକ୍ଷେପ ନେଇ ନଥିଲେ । ଏବେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା କେବଳ ଏକ ରାଜନୈତିକ ଡ୍ରାମା ବୋଲି ବିଜେପି କହିଛି ।

Leave a Reply

Your email address will not be published. Required fields are marked *