ସଂସଦ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜି ମଧ୍ୟ ଅଚଳାବସ୍ଥା ଲାଗି ରହିଛି । ଫଳରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରହିଛି ଉଭୟ ଲୋକସଭା ଓ ରାଜ୍ୟସଭା ।
ସଂସଦ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜି ମଧ୍ୟ ଅଚଳାବସ୍ଥା ଲାଗି ରହିଛି । ଫଳରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରହିଛି ଉଭୟ ଲୋକସଭା ଓ ରାଜ୍ୟସଭା । ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଉପରେ ବିନା ସର୍ତ୍ତରେ ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ବିରୋଧୀ ତାହା ଗ୍ରହଣ ନକରି ହୋହୋଲ୍ଲା ଜାରି ରଖିଥିଲେ। ବାରମ୍ବାର ମୁଲତବି ଯୋଗୁ ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ବି କୌଣସି କାର୍ଯ୍ୟ ହୋଇପାରିନାହିଁ ।
ନିଟ୍ ପ୍ରଶ୍ନପତ୍ର ପ୍ରଘଟର ପ୍ରତିବାଦରେ କକ୍ରୋଚ୍ ଜନତା ପାର୍ଟି- ସିଜେପି ପକ୍ଷରୁ ସଂସଦ ଚାଲ ଅଭିଯାନ ବେଳେ ପୁଲିସର ବର୍ବରତା ଉପରେ ଆଲୋଚନା ଲାଇଁ ବିରୋଧୀ ଦାବି କରି ହୋହଲ୍ଲା କରି ଆସୁଛନ୍ତି । ନିଟ୍ ପ୍ରଶ୍ନପତ୍ର ପ୍ରଘଟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ହଟ୍ଟଗୋଳ ଫଳରେ ସଂସଦ ଚାଲିପାରୁନାହିଁ । ଆଜି ମଧ୍ୟ ସଂସଦର ଉଭୟ ଗୃହ ବାରମ୍ବାର ମୁଲତବି ରହିବା ପରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରହିଛି ।

