ଏହି ଆଧାରରେ କଂଗ୍ରେସ ଇଲେକସନ କମିଶନ ଠାରୁ ଶୀଘ୍ର ତଥା ଅନୁକୁଳ ନିଷ୍ପତି ମିଳିବ ବୋଲି ଆଶା ରଖିଛି । କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମରେ ତେଲେଙ୍ଗାନାରେ ଫୌଜଦାରୀ ମାମଲା ନେଇ ବିଜେପିର ଅଭିଯୋଗ ଆଧାରରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥିତ୍ୱକୁ ନାକଚ କରିଥିଲେ । ଏହାକୁ ନେଇ କଂଗ୍ରେସ ଇଲେକସନ କମିଶନଙ୍କ କାର୍ୟ୍ୟାଳୟରେ ହଙ୍ଗାମା ସୃଷ୍ଟି କରିଥିଲା ।
ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିତ୍ୱ ରଦ୍ଦ ବିରୋଧରେ ଇଲେକସନ କମିଶନଙ୍କ ନିକଟରେ ଅପିଲ ପାଇଁ କଂଗ୍ରେସ ଆଜି ତାର ତୁଙ୍ଗ ଆଇନ ବିଶାରଦ ମାନଙ୍କୁ ନେଇ ମଇଦାନକୁ ଓହ୍ଲାଇଛି । ଦଳର ତୁଙ୍ଗ ଆଇନ ବିଶାରଦ ତଥା ରାଜ୍ୟସଭା ସଭ୍ୟ ଅଭିଷେକ ମନୁ ସିଂଘବୀ ଆଇନର ବିଭିନ୍ନ ଧାରାକୁ ତର୍ଜମା କରି ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥୀତ୍ୱ ରଦ୍ଦ ବେଆଇନ ବୋଲି କହିଛନ୍ତି । କୌଣସି ଅଭିଯୋଗ ହେଲେ ଅଦାଲତ ଏହା ଉପରେ ତର୍ଜମା କରି ଏହା ଗ୍ରହଣ ଯୋଗ୍ୟକି ନୁହେଁ ତାହା ନିଷ୍ପତି ନିଅନ୍ତି । ମିନାକ୍ଷୀଙ୍କ ମାମଲା ଏହି ପର୍ୟ୍ୟାୟରେ ଥିବାରୁ ତାଙ୍କ ବିରୋଧରେ ମାମଲା ହୋଇଛି ବୋଲି କୁହାଯାଇପାରିବ ନାହିଁ ।
ଏହି ଆଧାରରେ କଂଗ୍ରେସ ଇଲେକସନ କମିଶନ ଠାରୁ ଶୀଘ୍ର ତଥା ଅନୁକୁଳ ନିଷ୍ପତି ମିଳିବ ବୋଲି ଆଶା ରଖିଛି । କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମରେ ତେଲେଙ୍ଗାନାରେ ଫୌଜଦାରୀ ମାମଲା ନେଇ ବିଜେପିର ଅଭିଯୋଗ ଆଧାରରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥିତ୍ୱକୁ ନାକଚ କରିଥିଲେ । ଏହାକୁ ନେଇ କଂଗ୍ରେସ ଇଲେକସନ କମିଶନଙ୍କ କାର୍ୟ୍ୟାଳୟରେ ହଙ୍ଗାମା ସୃଷ୍ଟି କରିଥିଲା ।
ଏହାରି ଭିତରେ ମିନାକ୍ଷୀ ନଟରାଜନଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥିତ୍ୱ ଖାରଜ ପରେ ଦିଲ୍ଲୀ ପହଞ୍ଚିବାକୁ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବିମାନଭଡ଼ା ବାବଦ ପଇସା ବଞ୍ଚାଇବାକୁ ଯାଇ ରାତିରେ ଟ୍ରେନରେ ଦିଲ୍ଲୀ ଆସିଥିଲେ ମୀନାକ୍ଷୀ । ପୂର୍ବତନ ଲୋକସଭା ସାଂସଦ ହିସାବରେ ପାଉଥିବା ପେନସନ ତଥା ତାଙ୍କ ରଚିତ ପୁସ୍ତକରୁ ମିଳୁଥିବା ରୟାଲିଟି ଅର୍ଥରେ ସେ ନିଜର ଦୈନନ୍ଦିକ ଜୀବନ କାଟୁଛନ୍ତି । ଏପରିକି ୨୦୦୯ ଲୋକସଭା ନିର୍ବାଚନ ପରେ ତାଙ୍କ ପାଖରେ ବଳକା ଥିବା ଦଳୀୟ ପାଣ୍ଠି ଫେରାଇବାକୁ ତତକାଳିନ କୋଷାଧକ୍ଷ ମୋତିଲାଲା ଭୋରାଙ୍କ ପାଖରେ ପହଞ୍ଚିଥିଲେ ମୀନାକ୍ଷୀ । ସେଥିପାଇଁ କଂଗ୍ରେସର ନେତୃବୃନ୍ଦ ବିଶେଷ କରି ରାହୁଲ ଗାନ୍ଧୀଙ୍କ ପାଖରେ ମିନାକ୍ଷୀ ବେଶ୍ ଗୁରୁତ୍ୱପୂର୍ଣ୍ଣ ।