ରାଲିରେ NSUI ଜାତୀୟ ପ୍ରଭାରୀ କହ୍ନେୟା କୁମାର, NSUI ସଭାପତି ବିନୋଦ ଜାଖଡ଼, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ଓ NSUI ର ବହୁ ନେତା ଓ କର୍ମୀ ସାମିଲ ।
ସମ୍ବଲପୁରରେ କଂଗ୍ରେସର ବିଶାଳ ଆକ୍ରୋଶ ରାଲି । NEET ପ୍ରଶ୍ନପତ୍ର ଲିକ ଓ CBSE ଦ୍ୱାଦଶ ମୂଲ୍ୟାଙ୍କନ ତ୍ରୁଟି ପାଇଁ ପ୍ରତିବାଦ କରିଛି କଂଗ୍ରେସ । ପ୍ରଥମେ ରାଲି କରିବା ପରେ ବଡ଼ ସମାବେଶ ହୋଇଛି । ରାଲିରେ NSUI ଜାତୀୟ ପ୍ରଭାରୀ କହ୍ନେୟା କୁମାର, NSUI ସଭାପତି ବିନୋଦ ଜାଖଡ଼, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ଓ NSUI ର ବହୁ ନେତା ଓ କର୍ମୀ ସାମିଲ । ଅଇଁଠାପାଲିରୁ ଧନକଉଡ଼ା ପର୍ଯ୍ୟନ୍ତ ରାଲିରେ ଆସିବା ପରେ ଧନକଉଡ଼ା ପଡିଆରେ ଆକ୍ରୋଶ ସମାବେଶରେ ସାମିଲ ହୋଇଛନ୍ତି ।
ପଶ୍ଚିମବଙ୍ଗର ରାଜନୈତିକ ଚିତ୍ରକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିଜେଡି ଏବେଠାରୁ ବେଶ୍ ସତର୍କ ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି । ବିଜେପି ସରକାରଙ୍କ ଜନବିରୋଧୀ ନୀତିକୁ ଆୟୁଧ କରି ଗ୍ରାଉଣ୍ଡ ଜିରୋରୁ ଦଳକୁ ପୁଣି ଥରେ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି । ଏହି ପ୍ରକ୍ରିୟାରେ ବିଶେଷ କରି ପୌରାଞ୍ଚଳ ଏବଂ ପଞ୍ଚାୟତ ସଂଗଠନ ଉପରେ ସିଧାସଳଖ ନଜର ରଖାଯାଇଛି । ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ ସାଙ୍ଗଠନିକ କର୍ମକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି ।

