ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ ଝଟକା, ଭୟରେ ଘରୁ ବାହାରକୁ ପଳାଇଲେ ଲୋକେ

ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଭୂକମ୍ପ ଝଟକା ଅନୁଭବ କରି ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ ।

ଦେବଭୂମି ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ ଝଟକା । ଶନିବାର ରାତିରେ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଭୂକମ୍ପ ଝଟକା ଅନୁଭବ କରି ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୮ଟା ୭ରୁ ୮ଟା ୮ ମିନିଟ୍ ମଧ୍ୟରେ ଏହି ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରକାଶୀ ସହରଠାରୁ ପ୍ରାୟ ୨ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିବାବେଳେ ଏହାର ଗଭୀରତା ଭୂପୃଷ୍ଠଠାରୁ ୧୧ କିଲୋମିଟର ତଳେ ଥିଲା । ଉତ୍ତରକାଶୀ ସହର ସମେତ ଯମୁନୋତ୍ରୀ ଉପତ୍ୟକାରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା । ଯମୁନୋତ୍ରୀର ଶୀତକାଳୀନ ପ୍ରବାସସ୍ଥଳ ଖରସାଲି ଗାଁରେ ଘର ଭିତରେ ରଖାଯାଇଥିବା ଟିଭି ଆଦି ଜିନିଷ ଥରିବାକୁ ଲାଗିଥିଲା । ହଠାତ୍ ଭୂମି ଥରିବାରୁ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତ ୪ ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ଚମୋଲି ଜିଲ୍ଲାରେ ୪.୯ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାର ପ୍ରଭାବରେ ଚମୋଲି, ପୌଡ଼ି, ରୁଦ୍ରପ୍ରୟାଗ, ଆଲମୋଡ଼ା ଓ ଉଧମ ସିଂହ ନଗର ସମେତ ବିଭିନ୍ନ ଜିଲ୍ଲାରେ ଝଟକା ଅନୁଭୂତ ହୋଇଥିଲା । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ କ୍ଷୟକ୍ଷତିର ଖବର ଆସିନାହିଁ । ତେବେ ଅଳ୍ପ ଦିନ ମଧ୍ୟରେ ବାରମ୍ବାର ଭୂକମ୍ପ ଝଟକା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *