ଆମେରିକା ରାଷ୍ୟ୍ରପତି ଡୋନାଲ୍ହ ଟ୍ରମ୍ପ ରବିବାର ୮୦ ବର୍ଷ ପୂରଣ ହୋଇଛି। ସାଧାରଣତଃ ଜନ୍ମଦିନରେ ଲୋକେ କେକ୍ କାଟିବା ସହ ପରିବାର ସଦସ୍ୟଙ୍କ ସହିତ ଦିନ ବିତାଇଥାନ୍ତି। ଉପହାର ମିଳିଥାଏ। କିନ୍ତୁ ଟ୍ରମ୍ପଙ୍କ ନଜର ଜନ୍ମଦିନ ଉପହାର ପାଇଁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଉପରେ ରହିଛି।
ଆମେରିକା ରାଷ୍ୟ୍ରପତି ଡୋନାଲ୍ହ ଟ୍ରମ୍ପ ରବିବାର ୮୦ ବର୍ଷ ପୂରଣ ହୋଇଛି। ସାଧାରଣତଃ ଜନ୍ମଦିନରେ ଲୋକେ କେକ୍ କାଟିବା ସହ ପରିବାର ସଦସ୍ୟଙ୍କ ସହିତ ଦିନ ବିତାଇଥାନ୍ତି। ଉପହାର ମିଳିଥାଏ। କିନ୍ତୁ ଟ୍ରମ୍ପଙ୍କ ନଜର ଜନ୍ମଦିନ ଉପହାର ପାଇଁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ ଉପରେ ରହିଛି। ତାହା ହେଉଛି ଇରାନ ସହିତ ଶାନ୍ତି ଚୁକ୍ତି। ଗତ କିଛି ଦିନ ଧରି ସେ ଲଗାତାର ଦାବି କରୁଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ ପାଇଁ ବୁଝାମଣା ପ୍ରାୟତଃ ପ୍ରସ୍ତୁତ ହୋଇ ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଶାନ୍ତି ଚୁକ୍ତିରେ କେବଳ ସ୍ବାକ୍ଷର ବାକି ରହିଛି। ଟ୍ରମ୍ପ ଆଶା କରୁଛନ୍ତି ତାଙ୍କ ଜନ୍ମ ଦିନରେ ରବିବାର ବିଶ୍ବ ସମ୍ମୁଖରେ ଏହି ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହେବ। ଜନ୍ମଦିନ ଆସିଛି ମାତ୍ର ଚୁକ୍ତି କାଗଜରେ ହେବାକୁ ଅଛି।୧୪ ଜୁନ୍ ୧୯୪୬ରେ ଟ୍ରମ୍ପ ଆମେରିକାର ନ୍ୟୁୟର୍କ ସହରର ଜାମାଇକା ହସ୍ପିଟାଲ୍ ମେଡିକାଲ୍ ସେଣ୍ଟରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାପାଙ୍କ ନାମ ଫ୍ରେଡ୍ ଟ୍ରମ୍ପ୍ ଏବଂ ମା’ଙ୍କ ନାମ ମେରୀ ଆନ୍ ମ୍ୟାକଲିଓଡ୍ ଟ୍ରମ୍ପ୍ ଥିଲା।

