ଆରବ ସାଗରରେ ପାକିସ୍ତାନର ନୂଆ ଅସ୍ତ୍ର, ଭାରତ ଉପରେ କଣ ପ୍ରଭାବ ?

ଆରବ ସାଗରରେ ନିଜର ନୌସେନା କ୍ଷମତା ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନକୁ ମିଳିଛି ଚୀନ୍‌ର ଅତ୍ୟାଧୁନିକ ‘ହଙ୍ଗୋର’ ପାଣିବୁଡ଼ା ଜାହାଜ। ଏହି ସବମାରିନ୍‌ ପାକିସ୍ତାନ ନୌସେନାରେ ସାମିଲ ହେବା ପରେ ଏହାକୁ ଦେଶର ସାମୁଦ୍ରିକ ସୁରକ୍ଷା ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।

ଆରବ ସାଗରରେ ନିଜର ନୌସେନା କ୍ଷମତା ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନକୁ ମିଳିଛି ଚୀନ୍‌ର ଅତ୍ୟାଧୁନିକ ‘ହଙ୍ଗୋର’ ପାଣିବୁଡ଼ା ଜାହାଜ। ଏହି ସବମାରିନ୍‌ ପାକିସ୍ତାନ ନୌସେନାରେ ସାମିଲ ହେବା ପରେ ଏହାକୁ ଦେଶର ସାମୁଦ୍ରିକ ସୁରକ୍ଷା ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ ମତରେ, ‘ହଙ୍ଗୋର’ ସବମାରିନ୍‌ରେ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରୋପଲ୍ସନ୍‌ (AIP) ଟେକ୍ନୋଲୋଜି ରହିଛି। ଏହି ବ୍ୟବସ୍ଥା ଦ୍ୱାରା ପାଣିବୁଡ଼ା ଜାହାଜଟି ଦୀର୍ଘ ସମୟ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଲୁଚି ରହିପାରିବ। ଫଳରେ ଏହାକୁ ଚିହ୍ନଟ କରିବା ବିରୋଧୀ ନୌସେନା ପାଇଁ କଷ୍ଟକର ହୋଇପାରେ।

ଏହି ପାଣିବୁଡ଼ା ଜାହାଜ ବାବର-୩ କ୍ରୁଜ୍‌ ମିସାଇଲ୍‌ ଓ ଆଧୁନିକ ଟର୍ପେଡୋ ବହନ କରିବାର କ୍ଷମତା ରଖିଥିବା କୁହାଯାଉଛି। ଏହା ଦ୍ୱାରା ପାକିସ୍ତାନ ସମୁଦ୍ର ତଳୁ ଆକ୍ରମଣ କରିବାର କ୍ଷମତାକୁ ଆହୁରି ମଜବୁତ କରିପାରିବ।ସୁରକ୍ଷା ବିଶ୍ଳେଷକମାନଙ୍କ ମତରେ, ଆରବ ସାଗର ଓ ଭାରତ ମହାସାଗର ଅଞ୍ଚଳରେ ଭାରତୀୟ ନୌସେନାର ପ୍ରଭାବ ଦୀର୍ଘ ଦିନ ଧରି ଶକ୍ତିଶାଳୀ ରହିଆସିଛି ।  ତେବେ ଚୀନ୍‌ର ସହଯୋଗରେ ପାକିସ୍ତାନର ନୌସେନା କ୍ଷମତା ବୃଦ୍ଧି ଭାରତ ପାଇଁ ନୂଆ ରଣନୀତିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ବିଶେଷକରି ଭାରତର ପଶ୍ଚିମ ନୌସେନା କମାଣ୍ଡ ପାଇଁ ଏହି ଉନ୍ନତ ପାଣିବୁଡ଼ା ଜାହାଜ ଉପରେ ନଜର ରଖିବା ଏବେ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ସମୁଦ୍ର ତଳେ ଲୁଚି ରହି ଆକ୍ରମଣ କରିବାର କ୍ଷମତା ଆଧୁନିକ ନୌଯୁଦ୍ଧରେ ଏକ ବଡ଼ ଫ୍ୟାକ୍ଟର ଭାବେ ଗଣାଯାଏ।ଏପଟେ ଚୀନ୍‌ର ‘ଷ୍ଟ୍ରିଙ୍ଗ ଅଫ୍ ପର୍ଲ୍ସ’ ରଣନୀତିକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି । ଏହି ନୀତି ମାଧ୍ୟମରେ ଚୀନ୍‌ ଭାରତ ମହାସାଗର ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଥିବା ଭାରତ ବାରମ୍ବାର ଅଭିଯୋଗ କରିଆସୁଛି ।ତେବେ ଭାରତୀୟ ନୌସେନା ପାଖରେ ମଧ୍ୟ ଅତ୍ୟାଧୁନିକ ଯୁଦ୍ଧ ଜାହାଜ, ସବମାରିନ୍‌ ଏବଂ ନଜରଦାରୀ ବ୍ୟବସ୍ଥା ରହିଛି। ତେଣୁ ହଙ୍ଗୋର ସବମେରିନ୍‌ର ଆଗମନ ଅଞ୍ଚଳୀୟ ସାମୁଦ୍ରିକ ସୁରକ୍ଷା ସମୀକରଣକୁ ପ୍ରଭାବିତ କରିପାରେ, କିନ୍ତୁ ଏହାର ପ୍ରକୃତ ପ୍ରଭାବ ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *