ତେଜପାଲଙ୍କୁ ଝଟକା ପରେ ଆଉ ବଡ଼ ଦାବି! ଆଜୀବନ ଜେଲ୍‌ ଚାହିଁଲା ଗୋଆ

୨୦୧୩ର ବହୁଚର୍ଚ୍ଚିତ ଯୌନ ନିର୍ଯାତନା ମାମଲାକୁ ନେଇ ପୁଣି ଚର୍ଚ୍ଚାରେ ‘ତହେଲକା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ । ୧୦ ବର୍ଷର ଜେଲଦଣ୍ଡ ବିରୋଧରେ ଏବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତେଜପାଲ ।

୨୦୧୩ର ବହୁଚର୍ଚ୍ଚିତ ଯୌନ ନିର୍ଯାତନା ମାମଲାକୁ ନେଇ ପୁଣି ଚର୍ଚ୍ଚାରେ ‘ତହେଲକା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ । ୧୦ ବର୍ଷର ଜେଲଦଣ୍ଡ ବିରୋଧରେ ଏବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତେଜପାଲ । ଆଜି ସେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ପିଟିସନ୍‌ ଦାଖଲ କରିଛନ୍ତି ।

ଘଟଣାଟି ୨୦୧୩ ନଭେମ୍ବର ମାସର । ଗୋଆର ଏକ ହୋଟେଲ୍‌ର ଲିଫ୍ଟ ଭିତରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତରୁଣ ତେଜପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ୨୦୨୧ରେ ନିମ୍ନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ । କିନ୍ତୁ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲା ଗୋଆ ସରକାର। ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଅଗଷ୍ଟ ୬ ତାରିଖରେ ନିମ୍ନ ଅଦାଲତଙ୍କ ଦୋଷମୁକ୍ତ ରାୟକୁ ରଦ୍ଦ କରିଥିଲେ। ଏଥିସହ ୬୨ ବର୍ଷୀୟ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ଶ୍ରମକାରାଦଣ୍ଡ ଶୁଣାଇଥିଲେ ।

ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ କଠୋର ଭାବେ ସମାଲୋଚନା ମଧ୍ୟ କରିଥିଲେ । ଏବେ ହାଇକୋର୍ଟଙ୍କ ଏହି ରାୟକୁ ନେଇ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛନ୍ତି ତେଜପାଲ । ତେବେ ଏହି ମାମଲାରେ ଗୋଆ ସରକାର ମଧ୍ୟ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି । ୧୦ ବର୍ଷର ଦଣ୍ଡ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇ ତେଜପାଲଙ୍କ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି ।

ଫଳରେ ଏବେ ମାମଲାରେ ଦୁଇଟି ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି ଗୋଟିଏ ୧୦ ବର୍ଷର ଦଣ୍ଡକୁ ଚ୍ୟାଲେଞ୍ଜ କରି ତେଜପାଲଙ୍କ ପକ୍ଷରୁ, ଆଉ ଗୋଟିଏ ଦଣ୍ଡ ବଢ଼ାଇବା ଦାବିରେ ଗୋଆ ସରକାରଙ୍କ ପକ୍ଷରୁ। ଏବେ ସର୍ବୋଚ୍ଚ ଅଦାଲତଙ୍କ ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *