‘ଅପରେସନ ଟାଇଗର ୩.୦’ ଆରମ୍ଭ ! , ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକାର ସଙ୍କେତ

ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ଦଳ ପୁଣି ଏକ ବିଭାଜନ ଆଡ଼କୁ ଯାଉଛି । ୨୦୨୨ରେ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନାରୁ ବିଦ୍ରୋହ କରି ଅଲଗା ହୋଇଥିଲେ । ବିଦ୍ରୋହ ପରେ ଦଳର ଦୁଇ ତୃତୀୟାଂଶ ବିଧାୟକ ଅଲଗା ହୋଇଥିଲେ ।

ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ଦଳ ପୁଣି ଏକ ବିଭାଜନ ଆଡ଼କୁ ଯାଉଛି । ୨୦୨୨ରେ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନାରୁ ବିଦ୍ରୋହ କରି ଅଲଗା ହୋଇଥିଲେ । ବିଦ୍ରୋହ ପରେ ଦଳର ଦୁଇ ତୃତୀୟାଂଶ ବିଧାୟକ ଅଲଗା ହୋଇଥିଲେ । ୨୦୨୪ରେ ନିର୍ବାଚନ ପରେ ଶିବସେନା(ୟୁବିଟି) ଜିତିଥିବା ୨୦ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଶିନ୍ଦେ ଗୋଷ୍ଠୀରେ ସାମିଲ ବୋଲି ସୂଚନା ମିଳିଛି। ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲ ଏନେଇ ଦାବି କରିଛନ୍ତି । 

ନିକଟରେ ଶିବସେନା(ୟୁବିଟି)ର ୬ ସାଂସଦ ଦଳ ଛାଡି ଏକନାଥ ସିନ୍ଦେଙ୍କ ଶିବସେନା ଦଳରେ ସାମିଲ ହୋଇଥିଲେ । ଏବେ ପୁଣି ବିଧାୟକଙ୍କ ମଧ୍ୟରେ ବିଦ୍ରୋହ ସାମ୍ନାକୁ ଆସିଛ । ଶିବସେନା(ୟୁବିଟି) ଅଧ୍ୟକ୍ଷତରେ ମହା ବିକାଶ ଅଘାଡ଼ି ମେଣ୍ଟର ଏକ ବୈଠକରେ ୬୦ ଜଣ ବିରୋଧୀ ବିଧାୟକଙ୍କ ମଧ୍ୟରୁ ମାତ୍ର ୩୭ ଜଣ ଉପସ୍ଥିତ ରହିବାର ଦୁଇ ଦିନ ପରେ ଏଭଳି ଖବର ସାମ୍ନାକୁ ଆସିଛି । ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲ ଦାବି କରିଛନ୍ତି ଯେ ଅପରେସନ ଟାଇଗର ୩.୦ ଆରମ୍ଭ ହୋଇଯାଇଛି । ଖୁବ୍ ଶୀଘ୍ର ଶିବସେନା(ୟୁବିଟି)ର ୧୪ ଜଣ ବିଧାୟକ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳରେ ସାମିଲ ହେବେ ।

୨୦୨୨ରେ ଶିବସେନାର ବିଭାଜନ ପରେ ଉଦ୍ଧବ ଠାକରେ ପଛରେ ପଡିଯାଇଛନ୍ତି
ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକ ବିଦ୍ରୋହ କରିଥିଲେ
ନାୟିକ ଲଢେଇରେ ଶିବସେନାର ଦଳୀୟ ଚିହ୍ନ ଏବଂ ଅସଲ ଦାବିବାର ହୋଇଥିଲେ
୨୦୨୪ରେ ନିର୍ବାଚନରେ ଶିବସେନା(ୟୁବିଟି) ୨୦ ବିଧାୟକ, ୯ ସାଂସଦ ଜିତିଥିଲେ
ନିକଟରେ ଶିବସେନାର ୯ ସାଂସଦଙ୍କ ମଧ୍ୟରୁ ୬ ଏକନାଥ ସିନ୍ଦେଙ୍କ ସହ ମିଶିଥିଲେ
ସାଂସଦଙ୍କ ପରେ ଏବେ ଶିବସେନା(ୟୁବିଟି) ୧୪ ବିଧାୟକ ଦଳ ଛାଡିବେ
୨୦ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ଶିନ୍ଦେ ଗୋଷ୍ଠୀରେ ସାମିଲ ହେବେ
ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲ ଏନେଇ ଦାବି କରିଛନ୍ତି
ଅପରେସନ ଟାଇଗର ୩.୦ ଆରମ୍ଭ ହୋଇଯାଇଛି କହିଛନ୍ତି ମନ୍ତ୍ରୀ
ଦଳ ବିଭାଜନ ପାଇଁ ଦୁଇ-ତୃତୀୟାଂଶ ଅର୍ଥାତ୍ ୧୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ

Leave a Reply

Your email address will not be published. Required fields are marked *