‘ମୁଁ ମୃତ୍ୟୁକୁ ଡରେନାହିଁ,ଏହି ବର୍ଷ ହିଁ ବାଂଲାଦେଶ ଫେରିବି’ : ଶେଖ୍‌ ହସିନା

ଶେଖ ହସିନା କହିଛନ୍ତି , ତାଙ୍କର ଏହି ପ୍ରତ୍ୟାବର୍ତ୍ତନ କୌଣସି ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା କ୍ଷମତା ଲୋଭ ପାଇଁ ନୁହେଁ । ଏହା ବାଂଲାଦେଶର ସାଧାରଣ ଜନତାଙ୍କ ରାଜନୈତିକ ଅଧିକାର, ଗଣତନ୍ତ୍ରର ପୁନରୁଦ୍ଧାର ଏବଂ ଆଇନର ଶାସନ ପ୍ରତିଷ୍ଠା ପାଇଁ ଏକ ଅଭିଯାନ । ସେ ନିଜ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ‘ସୋନାର ବାଂଲା’ ସ୍ୱପ୍ନକୁ ସାକାର କରିବା ପାଇଁ ରାଜନୀତି କରନ୍ତି ବୋଲି ଦୋହରାଇଛନ୍ତି ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶକୁ ଫେରିବା ନେଇ ବଡ଼ ଘୋଷଣା କରିଛନ୍ତି । ବିଦେଶରେ ଆଶ୍ରୟ ନେଇଥିବା ହସିନା କହିଛନ୍ତି, ସେ ଚଳିତ ବର୍ଷ ହିଁ ନିଜ ମାଟି ବାଂଲାଦେଶକୁ ଫେରିବେ । ବର୍ତ୍ତମାନ ବାଂଲାଦେଶରେ ତାଙ୍କ ବିରୋଧରେ ଅନେକ ମାମଲା ଚାଲିଥିବା ବେଳେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ମଧ୍ୟ ଶୁଣାଯାଇଛି । କିନ୍ତୁ ଏ ସବୁ ସତ୍ତ୍ୱେ ସେ ଦେଶକୁ ଫେରିବାକୁ ଜିଦ୍ ଧରିଛନ୍ତି । ହସିନା କହିଛନ୍ତି ଯେ ତାଙ୍କ ଦଳ ‘ଆୱାମୀ ଲିଗ୍’ କେବଳ ଏକ ସଂଗଠନ ନୁହେଁ, ବରଂ ଏହା ଏକ ଶକ୍ତି । ଜୁନ୍ ୨୩ ତାରିଖରେ ତାଙ୍କ ଦଳର ପ୍ରତିଷ୍ଠା ଦିବସ ଅବସରରେ ସେ ଏହି ବାର୍ତ୍ତା ଦେଇଛନ୍ତି । 

ଶେଖ ହସିନା କହିଛନ୍ତି , ତାଙ୍କର ଏହି ପ୍ରତ୍ୟାବର୍ତ୍ତନ କୌଣସି ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା କ୍ଷମତା ଲୋଭ ପାଇଁ ନୁହେଁ । ଏହା ବାଂଲାଦେଶର ସାଧାରଣ ଜନତାଙ୍କ ରାଜନୈତିକ ଅଧିକାର, ଗଣତନ୍ତ୍ରର ପୁନରୁଦ୍ଧାର ଏବଂ ଆଇନର ଶାସନ ପ୍ରତିଷ୍ଠା ପାଇଁ ଏକ ଅଭିଯାନ । ସେ ନିଜ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ‘ସୋନାର ବାଂଲା’ ସ୍ୱପ୍ନକୁ ସାକାର କରିବା ପାଇଁ ରାଜନୀତି କରନ୍ତି ବୋଲି ଦୋହରାଇଛନ୍ତି । ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଆକ୍ରମଣକୁ ସେ କଡ଼ା ନିନ୍ଦା କରିବା ସହ ଏହାକୁ ଦେଶର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି ।

ତାଙ୍କ ବିରୋଧରେ ଅଦାଲତ ନେଇଥିବା ନିଷ୍ପତ୍ତିକୁ ସେ ବେଆଇନ ଏବଂ ରାଜନୈତିକ ଭିସିରେ ପ୍ରେରିତ ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ନ୍ୟାୟପାଳିକାକୁ ବର୍ତ୍ତମାନ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇ ଆୱାମୀ ଲିଗ୍‌କୁ ନେତୃତ୍ୱହୀନ କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ସେ କୌଣସି ପରିସ୍ଥିତିରେ ମୃତ୍ୟୁକୁ ଭୟ କରନ୍ତି ନାହିଁ । ୧୯୭୫ ମସିହାରେ ନିଜ ପରିବାରକୁ ହରାଇବା ଏବଂ ୨୦୦୪ ଗ୍ରେନେଡ୍ ଆକ୍ରମଣରୁ ବଞ୍ଚିବା ପରେ ସେ ଅନେକ ଷଡ଼ଯନ୍ତ୍ରର ସାମ୍ନା କରିଛନ୍ତି। ଜନତା ତାଙ୍କୁ ୫ ଥର ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି ଏବଂ ଦେଶର ବିକାଶ ପାଇଁ ସେ ସବୁ ବାଧାବିଘ୍ନକୁ ପାର କରି ଚଳିତ ବର୍ଷ ହିଁ ବାଂଲାଦେଶକୁ ଫେରିବେ ବୋଲି ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *