ଫିଫା ବିଶ୍ୱକପରେ ଲିଓନେଲ୍ ମେସିଙ୍କ ଇତିହାସିକ ରେକର୍ଡ । ବିଶ୍ୱକପରେ ଲଗାତାର ୭ ଟି ମ୍ୟାଚ୍ରେ ଗୋଲ୍ କରିଥିବା ପ୍ରଥମ ଖେଳାଳି ହେଲେ ମେସି । ଶନିବାର ଆର୍ଜେଣ୍ଟିନାର ଜର୍ଡାନ୍ ବିରୁଦ୍ଧରେ ୩-୧ ବିଜୟ ଲାଭ କରିଥିଲା । ୮୦ ମିନିଟ୍ରେ ଏକ ଗୋଲ୍ କରିଥିଲେ ମେସି ।
ଫିଫା ବିଶ୍ୱକପରେ ଲିଓନେଲ୍ ମେସିଙ୍କ ଇତିହାସିକ ରେକର୍ଡ । ବିଶ୍ୱକପରେ ଲଗାତାର ୭ ଟି ମ୍ୟାଚ୍ରେ ଗୋଲ୍ କରିଥିବା ପ୍ରଥମ ଖେଳାଳି ହେଲେ ମେସି । ଶନିବାର ଆର୍ଜେଣ୍ଟିନାର ଜର୍ଡାନ୍ ବିରୁଦ୍ଧରେ ୩-୧ ବିଜୟ ଲାଭ କରିଥିଲା । ୮୦ ମିନିଟ୍ରେ ଏକ ଗୋଲ୍ କରିଥିଲେ ମେସି । ଏହା ପୂର୍ବରୁ ସେ ଫ୍ରାନ୍ସର ଜଷ୍ଟ ଫଣ୍ଟେନ୍ ଏବଂ ବ୍ରାଜିଲର ଜୟାରଜିନ୍ହୋ ବିଶ୍ୱକପର ୬ ଟି ମ୍ୟାଚ୍ରେ ଲଗାତାର ଗୋଲ୍ କରିବାର ରେକର୍ଡ୍ କରିଥିଲେ ।
ଜର୍ଡାନ୍ ବିରୁଦ୍ଧରେ ଗୋଲ୍ କରି ସେ ସାତ ଲଗାତାର ହୋଇ ଏକକ ରେକର୍ଡ୍ କରିଛନ୍ତି । ତେବେ ଫିଫା ବିଶ୍ୱକପ୍ରେ ୧୯ ତମ ଗୋଲ୍ କରି ବିଶ୍ବକପରେ ସର୍ବାଧିକ ଗୋଲ୍ ସ୍କୋରର୍ ଭାବେ ରେକର୍ଡର ଅଧିକାରୀ କରିଛି । ୩୯ ବର୍ଷ ବୟସ୍କ ମେସି ଆର୍ଜେଣ୍ଟିନା ପାଇଁ ୨୦୨ ମ୍ୟାଚ ଖେଳି ୧୨୩ ଟି ଅନ୍ତର୍ଜାତୀୟ ଗୋଲ୍ କରିଛନ୍ତି । କେବଳ କ୍ରିଷ୍ଟଆନୋ ରୋନାଲ୍ଡୋ ତାଙ୍କ ଠାରୁ ଅଧିକ ମୋଟ ୧୪୫ ଗୋଲ୍ କରିଛନ୍ତି ।

