SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା ; ବାଦ୍ ପଡିଲେ ୨୦ ଲକ୍ଷ ୧୪ ହଜାର ଭୋଟର

SIRରେ ଚିଠା ତାଲିକା ପ୍ରସ୍ତୁତ ହୋଇଛି। ସମସ୍ତ ରାଜନୈତିକ ଦଳକୁ ଏହାର କପି ଦିଆଯାଇଛି। ୩ କୋଟି ୩୩ ଲକ୍ଷ ଭୋଟର ଥିଲେ। ୨୦ ଲକ୍ଷ ୧୪ ହଜାର ଭୋଟର କଟି ୩ କୋଟି ୧୩ ଲକ୍ଷ ଭୋଟରଙ୍କ ଚିଠା ତାଲିକା ପ୍ରସ୍ତୁତ ହୋଇଛି।

SIRକୁ ନେଇ ବଡ଼ ଅପଡେଟ। ପ୍ରକାଶ ପାଇଲା ଚିଠା ତାଲିକା। ବାଦ୍ ପଡ଼ିଲେ ୨୦ ଲକ୍ଷ ୧୪ ହଜାର ଭୋଟର । SIRରେ ଚିଠା ତାଲିକା ପ୍ରସ୍ତୁତ ହୋଇଛି। ସମସ୍ତ ରାଜନୈତିକ ଦଳକୁ ଏହାର କପି ଦିଆଯାଇଛି। ୩ କୋଟି ୩୩ ଲକ୍ଷ ଭୋଟର ଥିଲେ। ୨୦ ଲକ୍ଷ ୧୪ ହଜାର ଭୋଟର କଟି ୩ କୋଟି ୧୩ ଲକ୍ଷ ଭୋଟରଙ୍କ ଚିଠା ତାଲିକା ପ୍ରସ୍ତୁତ ହୋଇଛି। ବାଦ୍ ପଡ଼ିଥିବା ୨୦ ଲକ୍ଷ ଭୋଟରଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର, ୧୦ ଲକ୍ଷ ୭ ହଜାର ବ୍ୟକ୍ତି ଅନୁପସ୍ଥିତ କିମ୍ବା ସ୍ଥାନାନ୍ତରିତ ହୋଇଛନ୍ତି । 

ସେହିପରି ୩ ଲକ୍ଷ ୫୮ ହଜାର ଭୋଟର ଦୁଇଟି ଲେଖାଏଁ କାର୍ଡ ରଖିଥିଲେ। ଆଜିଠୁ ମାସେ ଯାଏଁ ଆପତ୍ତି ଅଭିଯୋଗ ଶୁଣାଣି ରହିଛି । ଅଗଷ୍ଟ ୪ ତାରିଖ ଯାଏଁ ଆପତ୍ତି  ଅଭିଯୋଗ ଜଣାଇପାରିବେ । ଏବେ ରାଜ୍ୟରେ ୩୧ ଟି ନିର୍ବାଚନ ଜିଲ୍ଲା ରହିଛି। ଭୁବନେଶ୍ବର ନୂତନ ଭାବେ ନିର୍ବାଚନ ଜିଲ୍ଲା ହୋଇଛି। ଭୁବନେଶ୍ବର କମିଶନର ହିଁ ଏହାର ନିର୍ବାଚନ ଅଧିକାରୀ। SIRର ଉଦ୍ଦେଶ୍ୟ ହେଉଛି କୌଣସି ଯୋଗ୍ୟ ବଞ୍ଚିତ ନା ହୁଅନ୍ତୁ ଅଯୋଗ୍ୟ ନ ରୁହନ୍ତୁ। ନିଜର ନାଁ ଡ୍ରାଫ୍ଟ ରେ ଅଛିକି ନାହିଁ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଅନ୍‌-ଲାଇନରେ ଏହାର ଯାଞ୍ଚ କରିପାରିବେ। ନାଁ ନଥିଲେ ଫର୍ମ ୬ପୂରଣ କରି ବିଏଲଓଙ୍କୁ ଦେବେ। ନୂଆ ଭୋଟରଙ୍କୁ ଫର୍ମ ୬ ଦେବାକୁ ହେବ। ଜୁଲାଇ ୧, ୨୦୨୬ ସୁଦ୍ଧା ଯାହାର ବୟସ ୧୮ ବର୍ଷ ହୋଇଛି ସେମାନେ ଆବେଦନ କରିପାରିବେ ।  

ବୁଥ୍‌ ସ୍ତରୀୟ ଅଧିକାରୀ ବା Bloଙ୍କ ନିକଟରେ ଚିଠା ତାଲିକା ଉପଲବ୍ଧ ଅଛି
ECINET ମୋବାଇଲ ଆପ୍‌ ଜରିଆରେ ଦେଖିପାରିବେ
Voters.eci.gov.in ୱେବ୍‌ସାଇଟ୍‌ରେ ଯାଞ୍ଚ କରିପାରିବେ
Ceoodisha.nic.in ୱେବ୍‌ସାଇଟ୍‌ରେ ଯାଞ୍ଚ କରିପାରିବେ
ତାଲିକାରେ ନାଁ ନଥିଲେ ଫର୍ମ-୬ ପୂରଣ କରି Bloଙ୍କ ନିକଟରେ ଦାଖଲ କରିବେ

କଟିଲେ ୨୦ ଲକ୍ଷ ଭୋଟର୍‌

SIRକୁ ନେଇ ପ୍ରକାଶ ପାଇଲା ଚିଠା ତାଲିକା
ବାଦ୍ ପଡ଼ିଲେ ୨୦ ଲକ୍ଷ ୧୪ ହଜାର ଭୋଟର୍‌
୩ କୋଟି ୩୩ ଲକ୍ଷ ଭୋଟର୍‌ ଥିଲେ, ୨୦ ଲକ୍ଷ ୧୪ ହଜାର ନାଁ କଟିଛି 
୩ କୋଟି ୧୩ ଲକ୍ଷ ଭୋଟର୍‌ଙ୍କ ଚିଠା ତାଲିକା ପ୍ରସ୍ତୁତ ହୋଇଛି
ବାଦ୍ ପଡ଼ିଥିବା ୨୦ ଲକ୍ଷ ଭୋଟରଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର
୧୦ ଲକ୍ଷ ୭ ହଜାର ବ୍ୟକ୍ତି ଅନୁପସ୍ଥିତ କିମ୍ବା ସ୍ଥାନାନ୍ତରିତ ହୋଇଛନ୍ତି
୩ ଲକ୍ଷ ୫୮ ହଜାର ଭୋଟର ଦୁଇଟି ଲେଖାଏଁ କାର୍ଡ ରଖିଥିଲେ
ଆଜିଠୁ ମାସେ ଯାଏଁ ଆପତ୍ତି ଅଭିଯୋଗ ଶୁଣାଣି 
ଅଗଷ୍ଟ ୪ ତାରିଖ ଯାଏଁ ଆପତ୍ତି ଅଭିଯୋଗ ଜଣାଇପାରିବେ

Leave a Reply

Your email address will not be published. Required fields are marked *