ପୃଥ୍ୱୀ ଶ’ଙ୍କ ଜୀବନକୁ ଫେରିଲେ ଆକୃତି! ଜାଣନ୍ତୁ କାହିଁକି ହୋଇଥିଲେ ଅଲଗା?

ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲ ମାର୍ଚ୍ଚ ୨୦୨୬ରେ ସୋସିଆଲ ମିଡିଆରେ ନିଜ ସଗାଇ ସମ୍ପର୍କରେ ଘୋଷଣା କରିଥିଲେ। ନିଜ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ କରି ଉଭୟ ଖୁସି ଜାହିର କରିଥିଲେ।

କ୍ରିକେଟର ପୃଥ୍ୱୀ ଶ’ଙ୍କ ଜୀବନରେ ପୁଣି ଫେରିଛି ପ୍ରେମ। କିଛି ସପ୍ତାହ ପୂର୍ବରୁ ଅଭିନେତ୍ରୀ ଆକୃତି ଅଗ୍ରୱାଲଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଯିବା ଖବର ଚର୍ଚ୍ଚାରେ ଥିଲା। ଏପରିକି ଉଭୟ ନିଜ ସଗାଇ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିବା ପରେ ଫ୍ୟାନ୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଏବେ ଏହି ପ୍ରେମ କାହାଣୀରେ ଆସିଛି ନୂଆ ମୋଡ଼। ସମସ୍ତ ମତଭେଦ ଭୁଲି ପୁଣି ଥରେ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି ପୃଥ୍ୱୀ ଓ ଆକୃତି। ଆକୃତି ନିଜେ ଏନେଇ ସୂଚନା ଦେବା ସହ ପୂର୍ବରୁ କାହିଁକି ସମ୍ପର୍କ ଭାଙ୍ଗିବା ପରିସ୍ଥିତି ଆସିଥିଲା, ସେ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି।

ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲ ମାର୍ଚ୍ଚ ୨୦୨୬ରେ ସୋସିଆଲ ମିଡିଆରେ ନିଜ ସଗାଇ ସମ୍ପର୍କରେ ଘୋଷଣା କରିଥିଲେ। ନିଜ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ କରି ଉଭୟ ଖୁସି ଜାହିର କରିଥିଲେ। କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଠିକ୍‌ଠାକ୍ ଚାଲିପାରିନଥିଲା। ସେପ୍ଟେମ୍ବର ୨୦୨୬ରେ ଆକୃତି ସଗାଇ ଭାଙ୍ଗିବା ନେଇ ସୂଚନା ଦେଇଥିଲେ। ଭବିଷ୍ୟତକୁ ନେଇ ଉଭୟଙ୍କ ଲକ୍ଷ୍ୟ ଓ ପରିସ୍ଥିତି ଅଲଗା ଥିବାରୁ ଏପରି ନିଷ୍ପତ୍ତି ନେଇଥିବା ସେତେବେଳେ କହିଥିଲେ।

ଏବେ ଆକୃତି କହିଛନ୍ତି ଯେ, ସଗାଇ ଭାଙ୍ଗିବା ନିଷ୍ପତ୍ତି ଉପରେ ତାଙ୍କ ନିକଟତମ ଲୋକଙ୍କ ମତାମତର ପ୍ରଭାବ ପଡ଼ିଥିଲା। କିଛି ଲୋକ ତାଙ୍କ ସମ୍ପର୍କକୁ ଭଲ ଭାବେ ବୁଝୁଥିବା ଭାବି ସେମାନଙ୍କ କଥାକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଫଳରେ ପୃଥ୍ୱୀଙ୍କ ସହ ଖୋଲାଖୋଲି ଆଲୋଚନା ନକରି ସେ ନିଷ୍ପତ୍ତି ନେଇଥିଲେ। ଏହି ମାମଲାରେ ସେ ଭୁଲ୍ ଦିଗରେ ପରିଚାଳିତ ହୋଇଥିବା ମଧ୍ୟ ସ୍ୱୀକାର କରିଛନ୍ତି।

ଆକୃତିଙ୍କ କହିବା ଅନୁଯାୟୀ, ଏବେ ଉଭୟ ପରସ୍ପର ସହ ଖୋଲାଖୋଲି ଆଲୋଚନା କରିଛନ୍ତି। ପରସ୍ପରକୁ ଭଲ ଭାବେ ବୁଝିବା ପରେ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ସ୍ଥିର କରିଛନ୍ତି। ପୂର୍ବ ନିଷ୍ପତ୍ତି ଯୋଗୁଁ ହୋଇଥିବା ଦୁଃଖ ପାଇଁ ଆକୃତି ନିଜ ଦାୟିତ୍ୱ ମଧ୍ୟ ସ୍ୱୀକାର କରିଛନ୍ତି। ଅନ୍ୟପଟେ, ପୃଥ୍ୱୀ ଶ’ ମଧ୍ୟ ଆକୃତିଙ୍କ ବୟାନକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି।

ଆକୃତି କହିଛନ୍ତି ଯେ, ଉଭୟଙ୍କ ପାଇଁ ପରସ୍ପରର ସାଥ୍ ହିଁ ଗୁରୁତ୍ୱପୂର୍ଣ୍ଣ। ଏବେ ସେମାନେ ବୁଝାମଣା, ଭରସା ଓ ଭଲପାଇବାକୁ ଆଧାର କରି ନିଜ ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଛନ୍ତି। ଏଥିସହ ନିଜ ବ୍ୟକ୍ତିଗତ ଜୀବନରେ ଅଯଥା ହସ୍ତକ୍ଷେପ ନକରିବା ସହ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛନ୍ତି। ସଗାଇ ଭାଙ୍ଗିବାର ଖବର ପରେ ଏବେ ପୁଣି ଏକାଠି ହୋଇଥିବା ଏହି ଯୋଡ଼ିଙ୍କ ଖବର ସେମାନଙ୍କ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଆଣିଛି।

Leave a Reply

Your email address will not be published. Required fields are marked *