MMDR ଆଇନ ପ୍ରତ୍ୟାହାର ଦାବି, ରାୟଗଡ଼ାରେ ଆଜି ରାଜ୍ୟସ୍ତରୀୟ ସମାବେଶ

ଏମଏମଡିଆର ବିଲ୍‌କୁ ବିରୋଧ କରି ଆଜି ଗର୍ଜିବ ଇଣ୍ଡିଆ ମେଣ୍ଟ।  ରାୟଗଡ଼ାରେ ହେବ ରାଜ୍ୟସ୍ତରୀୟ ସମାବେଶ । କପିଳାସ ଛକରୁ ତେଜସ୍ରୀ ଗ୍ରାଉଣ୍ଡ ପର୍ୟ୍ୟନ୍ତ ଏକ ବିରାଟ ରାଲି ପରେ ତେଜସ୍ୱି ପଡ଼ିଆରେ ଜନସଭା କରାଯିବ ।

ଏମଏମଡିଆର ବିଲ୍‌କୁ ବିରୋଧ କରି ଆଜି ଗର୍ଜିବ ଇଣ୍ଡିଆ ମେଣ୍ଟ।  ରାୟଗଡ଼ାରେ ହେବ ରାଜ୍ୟସ୍ତରୀୟ ସମାବେଶ। କପିଳାସ ଛକରୁ ତେଜସ୍ରୀ ଗ୍ରାଉଣ୍ଡ ପର୍ୟ୍ୟନ୍ତ ଏକ ବିରାଟ ରାଲି ପରେ ତେଜସ୍ୱି ପଡ଼ିଆରେ ଜନସଭା କରାଯିବ। ପରେ ଜିଲ୍ଲାପାଳଙ୍କୁ ଦିଆଯିବ ସ୍ମାରକପତ୍ର। କଂଗ୍ରେସ ନେତାଙ୍କ ଅନୁସାରେ, ଏହି କାର୍ୟ୍ୟକ୍ରମରେ ପ୍ରାୟ ୨୫ରୁ ୩୦ ହଜାର ଲୋକ ସାମିଲ ହେବେ। ଏହି ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ, ଏଆଇସିସି ନେତା ଲାଲଜୀ ଦେଶାଇ, ଦଳର ବରିଷ୍ଠ ନେତା ଓ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ, ସିପିଆଇଏମଏଲର କର୍ମକର୍ତା, ଇଣ୍ଡିଆ ମେଣ୍ଟର ସମସ୍ତ କର୍ମକର୍ତା, ମହିଳା ସଭାନେତ୍ରୀଙ୍କ ସହିତ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ,ଶରତ ପଟନାୟକ,ଜୟଦେବ ଜେନାଙ୍କ ସହିତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି କାର୍ୟ୍ୟକ୍ରମରେ ଯୋଗଦେବେ । 

ଏମଏମଡିଆର ଆଇନର ସଂଶୋଧନ ଦ୍ୱାରା ରାଜ୍ୟଗୁଡ଼ିକର ଖଣିଜ ଅଧିକାର ଉପରେ ଟିକସ, ସେସ୍‌ ଓ ଅନ୍ୟାନ୍ୟ ଲେଭି ଲାଗୁ କରିବାର କ୍ଷମତା ଉପରେ କଟକଣା ଆସିଛି।  ଏହା ଓଡ଼ିଶାର ରାଜସ୍ୱ ଉପରେ ପ୍ରଭାବ ପକାଇବ ବୋଲି କଂଗ୍ରେସ ଦାବି କରିଛି। ଏହାରି ଫଳରେ ଓଡିଶା ଏକ ଲକ୍ଷ କୋଟି ଟଙ୍କା ରାଜସ୍ୱ ହରାଇବ ଏବଂ ଓଡ଼ିଶାରେ ଯେଉଁ କର୍ମାଚାରି ଅଛନ୍ତି ସେମାନଙ୍କୁ ଦରମା ଦେବାରେ ଅସୁବିଧା ହବ ବୋଲି କଂଗ୍ରେସ ପ୍ରକାଶ କରିଛନ୍ତି । ତେଣୁ ସରକାର ଏହାକୁ ପ୍ରତ୍ୟାହାର ନକରନ୍ତି ଆଗାମୀ ଦିନରେ କଂଗ୍ରେସ ଦିଲ୍ଲୀରୁ ପଲ୍ଲୀ ପର୍ୟ୍ୟନ୍ତ ବିକ୍ଷୋବ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *