ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଥିବା ୫ ଓରାଂଓଟାଂଙ୍କ ଅବସ୍ଥାରେ ସୁଧାର ଆସିଛି । ଏମସ୍ ଡାକ୍ତର ଓ ହେଲଥ କମିଟିର ୨ ଜଣ ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରିକ୍ଷଣ କରି ଠିକ୍ ଥିବା କହିଛନ୍ତି ।
ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଥିବା ୫ ଓରାଂଓଟାଂଙ୍କ ଅବସ୍ଥାରେ ସୁଧାର ଆସିଛି । ଏମସ୍ ଡାକ୍ତର ଓ ହେଲଥ କମିଟିର ୨ ଜଣ ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରିକ୍ଷଣ କରି ଠିକ୍ ଥିବା କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଛୁଆମାନଙ୍କୁ କୃମି ପାଇଁ ଆଇମରବିମିକଟିନ ଦେବାକୁ କହିଛନ୍ତି । ରକ୍ତ, ଅସ୍ଥି ଓ ଶରୀରର ବିକାଶ ପାଇଁ ଆଇରନ, କ୍ୟାଲସିଅମ ଓ ପ୍ରୋଟିନ୍ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ପୃଷ୍ଟିସାର ଖାଦ୍ୟର ଆବଶ୍ୟକ ଥିବାରୁ ଦୈନଦିନ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରିଛନ୍ତି । ଓରାଂଓଟାଙ୍ଗଙ୍କୁ ଏବେ ଗାଜର, ବିନ୍ ଓ ସ୍ବିଟ ପଟାଟୋକୁ ସିଝାଇ ଗ୍ରାଇଣ୍ଡିଂ କରି ମିଶ୍ରଣ କରି ଦିଆଯାଉଛି । ଡାକ୍ତରଙ୍କ ଉପସ୍ଥିତିରେ ସମସ୍ତ ଖାଦ୍ୟ ଓ ଔଷଧ ଦେଇ ଯାଉଥିବା ବେଳେ ସେ ସବୁକୁ ରେକଡ଼ କରାଯାଉ ଥିବା ନନ୍ଦନକାନନ ତରଫରୁ ସୂଚନା ଦିଆଯାଇଛି । ସେହିଭଳି ଓ ଓରାଂଓଟାନ ଛୁଆ ମାନଙ୍କର ଶରୀର ଓଜନ ଓ ତାପମାତ୍ରାରେ ପରିବର୍ତ୍ତନ ଅସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସୁସ୍ଥ ଅଛନ୍ତି ଓରାଂଉଟାନ୍
ନନ୍ଦନକାନନରେ ଥିବା ୫ ଓରାଂଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି
ଏମ୍ସ ଡାକ୍ତର ଓ ହେଲଥ୍ କମିଟିର ୨ ଜଣ ସଦସ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି
ଯାଞ୍ଚ ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତରୀ ଟିମ୍ କହିଛନ୍ତି
କୃମି ନିୟନ୍ତ୍ରଣ ପାଇଁ ଛୁଆମାନଙ୍କୁ ଆଇଭରମେକ୍ଟିନ୍ ଦେବାକୁ ପରାମର୍ଶ ମିଳିଛି
ଶରୀର, ହାଡ଼ ଓ ରକ୍ତର ବିକାଶ ପାଇଁ ଆଇରନ, କ୍ୟାଲସିୟମ ଏବଂ ପ୍ରୋଟିନ୍ ଦିଆଯାଉଛି
ପୃଷ୍ଟିସାର ବୃଦ୍ଧି ଲାଗି ସେମାନଙ୍କ ଦୈନନ୍ଦିନ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରାଯାଇଛି
ଏବେ ଗାଜର, ବିନ୍ସ ଓ କନ୍ଦମୂଳ ସିଝାଇ, ଗ୍ରାଇଣ୍ଡିଂ କରି ସେମାନଙ୍କୁ ଖାଇବାକୁ ଦିଆଯାଉଛି
ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଉଛି
ସେମାନଙ୍କର ଔଷଧ ଓ ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରେକର୍ଡ କରାଯାଉଛି
ଛୁଆମାନଙ୍କ ଶରୀରର ଓଜନ ଏବଂ ତାପମାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆସିଛି

