AIର ଇମେଜ ଫିଚର ହଟାଇଲା ମେଟା : କିଛି ଦିନ ପୂର୍ବେ ଆସିଥିଲା ‘Muse Image

ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସ୍‌ଆପ୍‌ର ମୂଳ କମ୍ପାନୀ ମେଟା ନିଜର ନୂଆ ଏଆଇ ଇମେଜ୍ ଜେନେରେସନ୍ ଫିଚରକୁ ବନ୍ଦ କରିଦେଇଛି । ଏହି ଫିଚରକୁ ନେଇ ୟୁଜରମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ ପ୍ରାଇଭେସିକୁ ନେଇ ଚିନ୍ତା ବଢ଼ିବା ପରେ କମ୍ପାନୀ ଏହି ପଦକ୍ଷେପ ନେଇଛି ।  ମେଟା ନିକଟରେ ‘Muse Image’ ନାମକ ଏକ ଏଆଇ ଟୁଲ୍ ଆଣିଥିଲା ।

ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସ୍‌ଆପ୍‌ର ମୂଳ କମ୍ପାନୀ ମେଟା ନିଜର ନୂଆ ଏଆଇ ଇମେଜ୍ ଜେନେରେସନ୍ ଫିଚରକୁ ବନ୍ଦ କରିଦେଇଛି । ଏହି ଫିଚରକୁ ନେଇ ୟୁଜରମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ ପ୍ରାଇଭେସିକୁ ନେଇ ଚିନ୍ତା ବଢ଼ିବା ପରେ କମ୍ପାନୀ ଏହି ପଦକ୍ଷେପ ନେଇଛି ।  ମେଟା ନିକଟରେ ‘Muse Image’ ନାମକ ଏକ ଏଆଇ ଟୁଲ୍ ଆଣିଥିଲା । ଏହି ଟୁଲ୍ ମାଧ୍ୟମରେ ଇନଷ୍ଟାଗ୍ରାମର ପବଲିକ୍ ଆକାଉଣ୍ଟରେ ଥିବା ଫଟୋ ବ୍ୟବହାର କରି ଏଆଇ ସହାୟତାରେ ନୂଆ ଛବି ତିଆରି କରାଯାଉଥିଲା । କିନ୍ତୁ ଅନେକ ୟୁଜରଙ୍କ ଅଭିଯୋଗ ଥିଲା ଯେ ସେମାନଙ୍କ ସ୍ପଷ୍ଟ ଅନୁମତି ବିନା ଏହି ଫିଚରରେ ସେମାନଙ୍କ ଫୋଟ ବ୍ୟବହାର ହେଉଥିଲା, ଯାହା ଗୋପନୀୟତା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ।  ଏହି ଫିଚର ଦ୍ୱାରା କେହି ମଧ୍ୟ କୌଣସି ପବ୍ଲିକ୍ ଇନଷ୍ଟାଗ୍ରାମ ଆକାଉଣ୍ଟର ଫଟୋକୁ ଆଧାର କରି ଏଆଇ ମାଧ୍ୟମରେ ନୂଆ ଛବି ତିଆରି କରିପାରୁଥିଲେ । ପ୍ରାଇଭେଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ୧୮ ବର୍ଷରୁ କମ୍ ବୟସର ୟୁଜରଙ୍କ ଆକାଉଣ୍ଟଙ୍କୁ ମଧ୍ୟ ଏହି ଫିଚରରୁ ବାହାରେ ରଖାଯାଇଥିଲା ।

ଏହାର ଅପବ୍ୟବହାର ହୋଇ ନକଲି ଫଟୋ, ଡିପଫେକ୍ କିମ୍ବା ଅନ୍ୟମାନଙ୍କ ପରିଚୟର ଦୁରୁପଯୋଗ ହୋଇପାରେ ବୋଲି ପ୍ରାଇଭେସି ବିଶେଷଜ୍ଞ ଓ ବିଭିନ୍ନ ସଂଗଠନ ଚିନ୍ତା ପ୍ରକାଶ କରିଥିଲେ । 
ବିବାଦ ବଢ଼ିବା ପରେ ମେଟା ସ୍ୱୀକାର କରିଛି ଯେ, ଏହି ଫିଚରକୁ ନେଇ ୟୁଜରଙ୍କ ଆଶା ଓ ପ୍ରାଇଭେସି ସମ୍ବନ୍ଧୀୟ ଚିନ୍ତାକୁ କମ୍ପାନୀ ଠିକ୍ ଭାବେ ବୁଝିପାରିନଥିଲା। ଏହି କାରଣରୁ କମ୍ପାନୀ ତୁରନ୍ତ ଏହି ଏଆଇ ଏଆଇ ଇମେଜ୍ ଫିଚରକୁ ବନ୍ଦ କରିଦେଇଛି । କମ୍ପାନୀ କହିଛି ଯେ, ଭବିଷ୍ୟତରେ ଏଆଇ ସମ୍ବନ୍ଧୀୟ ଫିଚର ଆଣିବା ସମୟରେ ୟୁଜରଙ୍କ ସମ୍ମତି ଓ ଗୋପନୀୟତାକୁ ଅଧିକ ଗୁରୁତ୍ୱ ଦିଆଯିବ ।  ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ଏଆଇ ପ୍ରଯୁକ୍ତି ଯେତେ ଦ୍ରୁତ ଆଗକୁ ବଢ଼ୁଛି, ସେତେ ଶୀଘ୍ର ପ୍ରାଇଭେସି ଓ ତଥ୍ୟର ସୁରକ୍ଷାକୁ ନେଇ ନୂଆ ପ୍ରଶ୍ନ ମଧ୍ୟ ଉଠୁଛି । ଏହି କାରଣରୁ ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକ ଏବେ ଏଆଇ ଫିଚର ଆଣିବା ବେଳେ ୟୁଜରଙ୍କ ବିଶ୍ୱାସ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ବାଧ୍ୟ ହେଉଛନ୍ତି । 

Leave a Reply

Your email address will not be published. Required fields are marked *