ଆସାରାମ ବାପୁଙ୍କୁ ସୁପ୍ରିମ୍ କୋର୍ଟରୁ ବଡ଼ ଝଟକା, ବଢ଼ିଲାନି ପାରୋଲ୍

ରାଜସ୍ଥାନର ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମ ବାପୁଙ୍କୁ ସୁପ୍ରିମ୍ କୋର୍ଟରୁ ବଡ଼ ଝଟକା ଲାଗିଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପାରୋଲର ଅବଧି ବୃଦ୍ଧି ପାଇଁ ଆସାରାମ କରିଥିବା

ରାଜସ୍ଥାନର ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମ ବାପୁଙ୍କୁ ସୁପ୍ରିମ୍ କୋର୍ଟରୁ ବଡ଼ ଝଟକା ଲାଗିଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପାରୋଲର ଅବଧି ବୃଦ୍ଧି ପାଇଁ ଆସାରାମ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ସେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ (ସରେଣ୍ଡର) କରିବାକୁ ସର୍ବୋଚ୍ଚ ଆଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜେଲ୍ ମଧ୍ୟରେ ଆସାରାମଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟର ଉଚିତ୍ ଯତ୍ନ ନେବାକୁ ସୁପ୍ରିମ୍ କୋର୍ଟ ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସାରାମଙ୍କ ଓକିଲ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ସେ ବର୍ତ୍ତମାନ ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଛାତିରେ ଯନ୍ତ୍ରଣା ଅଭିଯୋଗ ପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାରୁ ଚିକିତ୍ସା ଆଧାରରେ ତାଙ୍କ ପାରୋଲ୍ ଅବଧି ବୃଦ୍ଧି କରାଯାଉ। ମାତ୍ର ସୁପ୍ରିମ୍ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ ନକରି ପାରୋଲ୍ ମିଆଦ ବଢ଼ାଇବାକୁ ମନା କରିଦେଇଛନ୍ତି। ଗତ ଅଗଷ୍ଟ ୩ ତାରିଖରେ ରାଜସ୍ଥାନ ହାଇକୋର୍ଟ ଆସାରାମଙ୍କୁ ୨୦ ଦିନର ପାରୋଲ୍ ମଞ୍ଜୁର କରିଥିଲେ। ତେବେ ଗୁଜରାଟର ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ କାରଣରୁ ତାଙ୍କ ମୁକ୍ତିରେ ଆଇନଗତ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଅକ୍ଟୋବର ୬ ତାରିଖରେ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ପରେ ସେ ଜେଲ୍ରୁ ବାହାରି ଉଜ୍ଜୟିନୀ ଯାଇଥିଲେ। ଅକ୍ଟୋବର ୨୬ ରେ ତାଙ୍କର ୨୦ ଦିନିଆ ପାରୋଲ୍ ମିଆଦ ଶେଷ ହୋଇଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ଜେଲକୁ ଫେରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *