’ମୋ ମୃତ୍ୟୁ ପରେ ମୋର ସବୁ ସମ୍ପତ୍ତି ଟ୍ରଷ୍ଟକୁ ଚାଲିଯିବ’ : ରଜନୀକାନ୍ତ

’ମୋ ମୃତ୍ୟୁ ପରେ ମୋର ସବୁ ସମ୍ପତ୍ତି ଟ୍ରଷ୍ଟକୁ ଯିବ’ : ସୁପରଷ୍ଟାର ରଜନୀକାନ୍ତ ଏକଥା ଏବେ କହିନାହାଁନ୍ତି ବରଂ ଆଗରୁ କହିଥିବା ଏକଥା କିନ୍ତୁ ଏବେ  ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଲୋକେ ତାଙ୍କୁ ଭୂରୀ ପ୍ରଶଂସା କରୁଛନ୍ତି । 

’ମୋ ମୃତ୍ୟୁ ପରେ ମୋର ସବୁ ସମ୍ପତ୍ତି ଟ୍ରଷ୍ଟକୁ ଯିବ । ସେ ଅର୍ଥ ରାଜ୍ୟରେ ଥିବା ଅସହାୟ ଲୋକଙ୍କ ସହାଯ୍ୟରେ ଲାଗିବ । ହେଲେ ମୋ ଫ୍ୟାମିଲିକୁ ମିଳିବନି । କାରଣ ମୁଁ ଆଜି ରୋଜଗାର କରିଛି ସେସବୁ ଲୋକଙ୍କ ପାଇଁ । ସେମାନେ ଟିକେଟ୍ କିଣି ମୋ ଫିଲ୍ମକୁ ଦେଖିଲେ ବୋଲି ତ ମୁଁ ଧନ ଅର୍ଜନ କଲି । ସେମାନେ ଦେଇଥିଲେ, ମୁଁ ତାଙ୍କୁ ଫେରାଇବି ।  ମୋ ଅର୍ଜିତ ଅର୍ଥ ଲୋକଙ୍କ ମଙ୍ଗଳ କାମରେ ଲାଗିବ’…

ସୁପରଷ୍ଟାର ରଜନୀକାନ୍ତ ଏକଥା ଏବେ କହିନାହାଁନ୍ତି ବରଂ ଆଗରୁ କହିଥିବା ଏକଥା କିନ୍ତୁ ଏବେ  ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଲୋକେ ତାଙ୍କୁ ଭୂରୀ ପ୍ରଶଂସା କରୁଛନ୍ତି । 
ଚେନ୍ନାଇ ସ୍ଥିତ ରାଘବେନ୍ଦ୍ର ମଣ୍ଡପମ୍ ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜନୀକାନ୍ତ ଏକଥା କହିଛନ୍ତି । ତାଙ୍କ ପ୍ରଶଂସକ ଏବଂ ତାଙ୍କ ମୁଭି ଦେଖିଥିବା ପ୍ରତ୍ୟେକ ଦର୍ଶକଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସମ୍ପତ୍ତି ଦାନ କରିଦେବା କଥା କହିଥିଲେ । କହିଥିଲେ, ଲୋକେ ଟିକେଟ୍ କାଟି ତାଙ୍କ ମୁଭି ଦେଖୁଛନ୍ତି ବୋଲି ସେ ସଫଳତା ପାଇଛନ୍ତି । ତେଣୁ ତାଙ୍କ ଅର୍ଜିତ ସବୁ ସମ୍ପତ୍ତିକୁ ସେ ଲୋକଙ୍କ ଉଦ୍ଦେଶ୍ୟରେ ଦାନ କରିଦେବେ । 

ରଜନୀକାନ୍ତଙ୍କ ଅଭୀନିତ ଫିଲ୍ମ ’ଜେଲର୍ -2’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ଦର୍ଶକ ଏ ମୁଭିକୁ ଦେଖି ଭଲ ରେସପନ୍ସ ଦେଇଛନ୍ତି । ଏବେ ତ ଏ ଫିଲ୍ମ ଅନେକ ସୁପରହିଟ୍ ମୁଭିର ରେକର୍ଡ ଭାଙ୍ଗିବାକୁ ବସିଲାଣି । ସୁପରହିଟ୍ ହୋଇଥିବା ଫିଲ୍ମ ’ଟକ୍ସିକ’କୁ କାଟିଦେଇଛି ’ଜେଲର୍-୨’ । 

Leave a Reply

Your email address will not be published. Required fields are marked *