ରାହୁଲ ଗାନ୍ଧିଙ୍କ ଆର୍‌ଏସ୍‌ଏସ୍‌କୁ ଟାର୍ଗେଟ୍‌, କହିଲେ ‘ମୁଁ ଶିବ-ଶକ୍ତିରେ ବିଶ୍ୱାସ କରେ’

ରାହୁଲ ଗାନ୍ଧି ନିଜ ପୋଷ୍ଟରେ ଲେଖିଛନ୍ତି, ଆର୍‌ଏସ୍‌ଏସ୍‌ ଏପରି ଏକ ପୁରୁଷ ସଂଗଠନ, ଯାହା ସମ୍ବିଧାନ ବିରୋଧୀ ଏବଂ ମହିଳାଙ୍କୁ ପୁରୁଷଙ୍କ ସମ୍ପତ୍ତି ଭାବେ ବିଚାର କରେ। ସେ ଆହୁରି କହିଛନ୍ତି, “ମୁଁ ଶିବ-ଶକ୍ତିରେ ବିଶ୍ୱାସ କରେ । ତେଣୁ ସେମାନଙ୍କ ସହ ଲଢ଼ିବାରେ ମୋତେ ବହୁତ ଖୁସି ଲାଗେ ।

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ସେ ଆର୍‌ଏସ୍‌ଏସ୍‌ର ବିଚାରଧାରାକୁ ଟାର୍ଗେଟ୍‌ କରିଛନ୍ତି । ମହିଳାଙ୍କ ପ୍ରତି ସଂଘର ମନୋଭାବକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ରାହୁଲ ଗାନ୍ଧି ନିଜ ପୋଷ୍ଟରେ ଲେଖିଛନ୍ତି, ଆର୍‌ଏସ୍‌ଏସ୍‌ ଏପରି ଏକ ପୁରୁଷ ସଂଗଠନ, ଯାହା ସମ୍ବିଧାନ ବିରୋଧୀ ଏବଂ ମହିଳାଙ୍କୁ ପୁରୁଷଙ୍କ ସମ୍ପତ୍ତି ଭାବେ ବିଚାର କରେ। ସେ ଆହୁରି କହିଛନ୍ତି, “ମୁଁ ଶିବ-ଶକ୍ତିରେ ବିଶ୍ୱାସ କରେ । ତେଣୁ ସେମାନଙ୍କ ସହ ଲଢ଼ିବାରେ ମୋତେ ବହୁତ ଖୁସି ଲାଗେ । ସବୁଠାରୁ ଭଲ କଥା ହେଉଛି, ସେମାନଙ୍କର ନିଜର ଅନେକ ମହିଳା ମୋ ସହ ଅଛନ୍ତି ।”

ତେବେ ରାହୁଲ ଗାନ୍ଧିଙ୍କ ଏହି ମନ୍ତବ୍ୟ ଆର୍‌ଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତଙ୍କ ବିଜୟାଦଶମୀ ଉତ୍ସବରେ ଦିଆଯାଇଥିବା ଭାଷଣ ଦିନ ଆସିଛି । ନିଜ ଭାଷଣରେ ମୋହନ ଭାଗବତ କହିଥିଲେ ଯେ କେବଳ କ୍ଷମତା ପରିବର୍ତ୍ତନ ପାଇଁ ହେଉଥିବା ଆନ୍ଦୋଳନ ମୌଳିକ ସମସ୍ୟାର ସମାଧାନ କରିପାରେ ନାହିଁ । ଏପରି ଆନ୍ଦୋଳନ ରାଜନୈତିକ ସ୍ୱାର୍ଥର ମାଧ୍ୟମ ପାଲଟି ସମାଜରେ ବିଭାଜନ ବଢ଼ାଇପାରେ ବୋଲି ସେ ସତର୍କ କରାଇଥିଲେ ।
ରାହୁଲ ଗାନ୍ଧିଙ୍କ ଏହି ବୟାନ ପରେ ଆର୍‌ଏସ୍‌ଏସ୍‌ର ବିଚାରଧାରା ଏବଂ ମହିଳାଙ୍କ ସ୍ଥାନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି ।

Leave a Reply

Your email address will not be published. Required fields are marked *