ଆଜିଠାରୁ ବିଜେପିର ସେବା ଜ୍ୟୋତି ଯାତ୍ରା । ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ୨୫ବର୍ଷ ସୁଶାସନ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ରାଜ୍ୟ ଏବଂ ଦେଶ ସେବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ ।
ଆଜିଠାରୁ ବିଜେପିର ସେବା ଜ୍ୟୋତି ଯାତ୍ରା । ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ୨୫ବର୍ଷ ସୁଶାସନ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ରାଜ୍ୟ ଏବଂ ଦେଶ ସେବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ । ୨୫ ବର୍ଷର ସୁଶାସନ, ଗରିବ କଲ୍ୟାଣ ଏବଂ ବିକାଶ ଯାତ୍ରାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ଦେଶ୍ୟ। ଦେଶର ୭୫୦ ଜିଲ୍ଲା ଏବଂ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶ ବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ପରେ ସାମୁହିକ ବନ୍ଦେ ମାତରମ ଗାନ କରାଯିବ। ଗରିବ, ଯୁବ, ମହିଳା କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଛି। ଶେଷ ସ୍ତରର ଲୋକଙ୍କ ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ଅବଗତ କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ସାମୁହିକ ସଂକଳ୍ପ ପାଠ କରାଯିବ।

