SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ, ଆଜି ହେବ ବିରାଟ ପଦଯାତ୍ରା

ଆଜି ନୂଆଦିଲ୍ଲୀରେ ବିରାଟ ପଦଯାତ୍ରା କରିବ ଇଣ୍ଡି ମେଣ୍ଟ । ସଂସଦରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପଦଯାତ୍ରା କରିବେ। ସଂସଦର ମକର ଦ୍ବାରରୁ ପଦଯାତ୍ରା ଆରମ୍ଭ କରି ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବେ ।

ଆଜି ନୂଆଦିଲ୍ଲୀରେ ବିରାଟ ପଦଯାତ୍ରା କରିବ ଇଣ୍ଡି ମେଣ୍ଟ । ସଂସଦରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପଦଯାତ୍ରା କରିବେ। ସଂସଦର ମକର ଦ୍ବାରରୁ ପଦଯାତ୍ରା ଆରମ୍ଭ କରି ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବେ । କଂଗ୍ରେସ ସମେତ ଟିଏମ୍‌ସି, ସମାଜବାଦୀ ପାର୍ଟି ଭଳି ବିଭିନ୍ନ ଦଳର ପ୍ରାୟ ୧୫୦ ସାଂସଦ ଏଥିରେ ସାମିଲ୍ ହେବେ । ତେବେ ଆମ୍‌ ଆଦ୍‌ମି ପାର୍ଟି ଦିଲ୍ଲୀ ଜନ୍ତରମନ୍ତରରେ ଅଲଗା ଭାବେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । ଏସ୍‌ଆଇଆର୍ ମାଧ୍ୟମରେ ଭୋଟ୍ ଚୋରି ଅଭିଯୋଗ ଆଣିଥିବା ବିରୋଧୀ ଦଳ ଗୁଡିକ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଆସୁଛନ୍ତି । 

Leave a Reply

Your email address will not be published. Required fields are marked *