ପୁରୀରେ କାର୍ତ୍ତିକ ବ୍ରତ ପାଇଁ ଆଜିଠୁ ଅନଲାଇନ୍ ଆବେଦନ, ରହିବେ ୨୫୦୦ ହବିଷ୍ୟାଳି

ପୁରୀରେ ନିଶୁଳ୍କ ହବିଷ୍ୟାଳି ବ୍ରତ ପାଳନ ପାଇଁ ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ ହେବ । ଓଡ଼ିଶା ସରକାରଙ୍କ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍‌ ଜରିଆରେ ଆବେଦନ  କରାଯିବ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ପାଳନ ହେବ କାର୍ତ୍ତିକ ବ୍ରତ ।

 ପୁରୀରେ ନିଶୁଳ୍କ ହବିଷ୍ୟାଳି ବ୍ରତ ପାଳନ ପାଇଁ ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ ହେବ । ଓଡ଼ିଶା ସରକାରଙ୍କ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍‌ ଜରିଆରେ ଆବେଦନ  କରାଯିବ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ପାଳନ ହେବ କାର୍ତ୍ତିକ ବ୍ରତ । ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ପୁରୀରେ ମହିଳାମାନଙ୍କୁ  ମାଗଣା ରହଣି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ । 

ଚଳିତ ବର୍ଷ ମୋଟ ଅଢେଇ ହଜାର ହବିଷ୍ୟାଳିଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପଞ୍ଜିକୃତ ହବିଷ୍ୟାଳିଙ୍କ ରହଣି ପାଇଁ ପୁରୀର ବୃନ୍ଦାବତୀ ନିବାସ, ପୌରସଂସ୍ଥା କଲ୍ୟାଣ ମଣ୍ଡପ ଏବଂ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ନିଶୁଳ୍କ ବ୍ୟବସ୍ଥା କରାଯିବ । ଏଥିସହ ହବିଷ୍ୟାଳିଙ୍କ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଏବଂ ମାଗଣା ମହାପ୍ରସାଦ ସେବନର ସୁବିଧା ମଧ୍ୟ ରହିଛି । ସମସ୍ତ ୩୦ଟି ଜିଲ୍ଲାର ମହିଳାମାନେ ଅନଲାଇନ୍‌ରେ ଆବେଦନ କରିପାରିବେ । 

Leave a Reply

Your email address will not be published. Required fields are marked *