ଅକ୍ଟୋବରରେ ଅସ୍ୱାଭାବିକ ତାତି, ୧୩୦ ବର୍ଷରେ ପୁରୀରେ ସର୍ବୋଚ୍ଚ ଦିନ ତାପମାତ୍ରା

ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି । ସକାଳ ୮ଟାରୁ ଡହଡହ ଖରାରେ ଲୋକେ ଅତିଷ୍ଠ । ବର୍ଷା ଛାଡ଼ୁ ଛାଡ଼ୁ ଏବେ ରୌଦ୍ରତାଣ୍ଡବ ଦେଖିବାକୁ ମିଳିଛି । ଅକ୍ଟୋବରର ଦିନ ତାପମାତ୍ରା ରେକର୍ଡ ପରେ ରେକର୍ଡ ଅତିକ୍ରମ କରୁଛି ।

ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି । ସକାଳ ୮ଟାରୁ ଡହଡହ ଖରାରେ ଲୋକେ ଅତିଷ୍ଠ । ବର୍ଷା ଛାଡ଼ୁ ଛାଡ଼ୁ ଏବେ ରୌଦ୍ରତାଣ୍ଡବ ଦେଖିବାକୁ ମିଳିଛି । ଅକ୍ଟୋବରର ଦିନ ତାପମାତ୍ରା ରେକର୍ଡ ପରେ ରେକର୍ଡ ଅତିକ୍ରମ କରୁଛି । ପୁରୀର ସ୍ଥିତି ଅଧିକ ସଙ୍ଗିନ । ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀ ସହରର ଦିନ ତାପମାତ୍ରା । ଦୀର୍ଘ ୧୩୦ ବର୍ଷର ପାଣିପାଗ ରେକର୍ଡରେ ଗତକାଲି, ଅକ୍ଟୋବର ୫ ତାରିଖରେ ପୁରୀରେ ୩୬.୬ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି ।

ତଥ୍ୟ ଅନୁଯାୟୀ, ଏହା ଅକ୍ଟୋବରରେ ପୁରୀର ଇତିହାସରେ ଦ୍ୱିତୀୟ ସର୍ବୋଚ୍ଚ ଦିନ ତାପମାତ୍ରା ।  ୧୮୯୬ ମସିହାରୁ ସଂଗୃହୀତ ପାଣିପାଗ ତଥ୍ୟକୁ ଆଧାର କରି ଏହି ରେକର୍ଡ ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ଭାବେ ୪ ଅକ୍ଟୋବର ୨୦୨୪ରେ ୩୬.୩ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଥିଲା। ତେବେ ଗତକାଲିର ୩୬.୬ ଡିଗ୍ରି ତାପମାତ୍ରା, ସେହି ରେକର୍ଡକୁ ଟପିଯାଇଛି ।  ଅକ୍ଟୋବର ମାସରେ ସାଧାରଣତଃ ମୌସୁମୀ ପ୍ରଭାବ ହ୍ରାସ ପାଇବା ସହ ପାଣିପାଗରେ ପରିବର୍ତ୍ତନ ଦେଖାଯାଏ । କିନ୍ତୁ ଚଳିତ ବର୍ଷ ପୁରୀରେ ତାପମାତ୍ରାର ଏଭଳି ବୃଦ୍ଧି ସହରବାସୀଙ୍କୁ ଚିନ୍ତାରେ ପକାଇଛି ।

Leave a Reply

Your email address will not be published. Required fields are marked *