୪୪ ବର୍ଷ ପରେ ସ୍ୱର୍ଣ୍ଣ! ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ

ଏସିଆନ୍ ଗେମ୍ସରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଟିମ୍ । ଚୀନକୁ ହରାଇ ୪୪ ବର୍ଷ ପରେ ସୁନା ଜିତିଲା ମହିଳା ଦଳ । ଶୁକ୍ରବାର ନାଗୋୟାରେ ସଂଘଷପୂର୍ଣ୍ଣ ମ୍ୟାଚରେ ଚୀନକୁ ୧-୦ ରେ ହରାଇ ଏସିଆନ୍ ଗେମ୍ସ ୨୦୨୬ ଫାଇନାଲରେ ସୁନା ପଦକ ଜିତିଛନ୍ତି ।

ଏସିଆନ୍ ଗେମ୍ସରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଟିମ୍ । ଚୀନକୁ ହରାଇ ୪୪ ବର୍ଷ ପରେ ସୁନା ଜିତିଲା ମହିଳା ଦଳ । ଶୁକ୍ରବାର ନାଗୋୟାରେ ସଂଘଷପୂର୍ଣ୍ଣ ମ୍ୟାଚରେ ଚୀନକୁ ୧-୦ ରେ ହରାଇ ଏସିଆନ୍ ଗେମ୍ସ ୨୦୨୬ ଫାଇନାଲରେ ସୁନା ପଦକ ଜିତିଛନ୍ତି । ୧୦ ମିନିଟରେ ଲାଲ୍ରେମସିଆମିଙ୍କ ନିର୍ଣ୍ଣାୟକ ଗୋଲ ଯୋଗୁ ଭାରତ ଦୀଘ ଦିନ ପରେ ବିଜୟ ମୁକୁଟ ପିନ୍ଧିଛି । ଏଥିସହ ୨୦୨୮ ଲସ୍ ଏଞ୍ଜେଲସ୍‌ରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି । ୧୯୮୨ରେ ଭାରତୀୟ ମହିଳା ଟିମ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହା ପରେ ୧୯୯୮ ଏବଂ ୨୦୧୮ ଫାଇନାଲକୁ ଯାଇଥିଲେ ମଧ୍ୟ ଦକ୍ଷିଣ କୋରିଆ ଓ ଜାପାନ ପାଖରେ ହାରି ରନର୍ସ-ଅପ୍‌ରେ ସନ୍ତୁଷ୍ଟ ପଡିଥିଲା ।

କିନ୍ତୁ ଭାରତୀୟ ମହିଳା ହକି ଟିମ୍ ଏଥର ବାଜିମାତ କରିଛି। ପୁରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମରେ ଥିବା ଓଡ଼ିଆ ଖେଳାଳୀ ସୁନେଲିତା ଟପ୍ପୋଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ପ୍ରଥମ କ୍ୱାର୍ଟର୍‌ରେ ଚୀନ ଅଧିକ ପଜେସନ୍ ନେଇଥିଲା ଏବଂ ଭାରତୀୟ ସର୍କଲରେ ଅନେକ ଥର ପ୍ରବେଶ କରିଥିଲା। କିନ୍ତୁ ଭାରତର ଡିଫେନ୍ସିଭ୍ ଗଠନ ସୁସଂଗଠିତ ରହିଥିଲା। ବ୍ୟାକ୍‌ଲାଇନ୍ ଜାଗା ବନ୍ଦ କରି ଚୀନକୁ ସ୍ପଷ୍ଟ ସୁଯୋଗ ଦେଇନଥିଲା ଭାରତ।

Leave a Reply

Your email address will not be published. Required fields are marked *