ଜେଲ୍‌ରେ ରହିବେ ନା ବାହାରିବେ ଦାରା ସିଂ? ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟା ମାମଲା । ଦାରା ସିଂହଙ୍କୁ ଆଗୁଆ ଜାମିନ ମିଳିବ କି ନାହିଁ ସେନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ ନିଜ ରିପୋର୍ଟ ପ୍ରଦାନ କରିଛନ୍ତି ।

ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟା ମାମଲା । ଦାରା ସିଂହଙ୍କୁ ଆଗୁଆ ଜାମିନ ମିଳିବ କି ନାହିଁ ସେନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ ନିଜ ରିପୋର୍ଟ ପ୍ରଦାନ କରିଛନ୍ତି । ବିଭିନ୍ନ ଦିଗରୁ ବିଚାର କରି ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ ଦାରା ସିଂ ଓରଫ୍‌ ରବୀନ୍ଦ୍ର କୁମାର ପାଲଙ୍କ ଆଗୁଆ ମୁକ୍ତି ବା ସଜା କମାଇବା ଆବେଦନକୁ ଖାରଜ କରିଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଦାରା ସିଂହ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲରେ କାଟିସାରିଛନ୍ତି। ଓଡ଼ିଶାର ୨୦୨୨ ମସିହାର ରିମିସନ୍ ନିୟମ ଅନୁସାରେ ତାଙ୍କ ଆଗୁଆ ମୁକ୍ତି ଆବେଦନ ବିଚାରଯୋଗ୍ୟ ହୋଇଥିଲା । ସେ ୨୦୨୪ରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଅଗଷ୍ଟ ୩୧ରେ ହୋଇଥିବା ବିଶେଷ ବୈଠକରେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ତାଙ୍କ ଆବେଦନକୁ ଖାରଜ କରିବାକୁ ସୁପାରିସ କରିଛି। ଏହାପରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ନଜର ରହିବ । ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ ପ୍ରଦାନ କରିବେ କି ଖାରଜ କରି ଦାରା ସିଂଙ୍କୁ ମୁକୁଳାଇବେ ତାହା ଉପରେ ରହିଛି ସଭିଁଙ୍କ ନଜର । 

Leave a Reply

Your email address will not be published. Required fields are marked *