୨ ହଜାରରୁ ଅଧିକ ୟୁପିଆଇ ପେମେଣ୍ଟରେ ୦.୪% ଚାର୍ଜ, ଜାଣନ୍ତୁ କାହାଠୁ ନିଆଯିବ

୨ ହଜାର ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ଲାଗିବା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ବଢ଼ିଛି। ତେବେ ଏହି ଶୁଳ୍କ ଗ୍ରାହକଙ୍କଠାରୁ ନୁହେଁ, ମର୍ଚାଣ୍ଟଙ୍କଠାରୁ ଆଦାୟ ହେବ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟରେ କୌଣସି ଚାର୍ଜ ନାହିଁ ।

 ୟୁପିଆଇକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ସୂଚନା । ପର୍ସନ ଟୁ ପର୍ସନ ବା ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ନେଣଦେଣ ପାଇଁ ଲାଗିବନି ଶୁଳ୍କ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ଲାଗିବନି ଶୁଳ୍କ । ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟରେ ଲାଗିବ ୦.୪ ପ୍ରତିଶତ ଏମ୍‌ଡିଆର୍‌ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ । ୭୫ ହଜାରରୁ ଅଧିକ ଟଙ୍କାର କାରବାର ପାଇଁ ୩ଶହ ଟଙ୍କା ଶୁଳ୍କ ଲାଗିବ । ଏଥିସହ ରେଳ, ଟେଲିକମ୍, ବୀମା, ଇନ୍ଧନ ଆଦି ପାଇଁ ଲାଗିବ ୫ ଟଙ୍କା ଲେଖାଏଁ ଶୁଳ୍କ । ଅକ୍ଟୋବର ୧୫ରୁ ଲାଗୁ ହେବ ଏହି ନୂଆ ୟୁପିଆଇ ନିୟମ ।…
ୟୁପିଆଇ: କିଏ ଦେବ ଶୁଳ୍କ, କାହା ପାଇଁ ଫ୍ରି?
– ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ନେଣଦେଣ ସମ୍ପୂର୍ଣ୍ଣ ମାଗଣା ରହିବ
– ଯେକୌଣସି ପରିମାଣର ଟଙ୍କା ପଠାଇବା କିମ୍ବା ଗ୍ରହଣ କରିବାରେ କୌଣସି ଫି’ ଲାଗିବ ନାହିଁ
– ବ୍ୟବସାୟୀଙ୍କ ପାଖରେ ୨ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ମଧ୍ୟ ମାଗଣା ରହିବ
– ଗ୍ରାହକଙ୍କୁ ୟୁପିଆଇ ପେମେଣ୍ଟ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ 
– ଛୋଟ ଦୋକାନ, ଉଠା ଦୋକାନୀମାନଙ୍କୁ ବି ମିଳିବ ଆଶ୍ୱସ୍ତି
– ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାର ଶୁଳ୍କମୁକ୍ତ ରହିବ 
– ଫଳରେ ପ୍ରାୟ ୯୬ ପ୍ରତିଶତ ପର୍ସନ୍-ଟୁ-ମର୍ଚ୍ଚାଣ୍ଟ (ପିଟୁଏମ୍‌) ବା ବ୍ୟାବସାୟିକ କାରବାର ପ୍ରଭାବିତ ହେବନି
– କେବଳ ପ୍ରାୟ ୪ ପ୍ରତିଶତ ୟୁପିଆଇ ଟ୍ରାଞ୍ଜାକ୍ସନରେ ଏମ୍‌ଡିଆର୍ ଲାଗିବ
– ୨ହଜାର ଟଙ୍କାରୁ ଅଧିକ ବ୍ୟବସାୟୀ ଟ୍ରାଞ୍ଜାକ୍ସନ (ପିଟୁଏମ୍‌)ରେ ୦.୪ ପ୍ରତିଶତ ଏମ୍‌ଡିଆର୍ ଲାଗିବ
– ୭୫ହଜାର ଟଙ୍କା ଓ ତଦୁର୍ଦ୍ଧ ଟ୍ରାଞ୍ଜାକ୍ସନ ପାଇଁ ସର୍ବାଧିକ ୩ଶହ ଟଙ୍କା ଶୁଳ୍କ ଲାଗୁ ହେବ
– ରେଳ, ଟେଲିକମ୍, ବୀମା, ଇନ୍ଧନ ଓ କୃଷି ଇନ୍‌ପୁଟ୍ ଭଳି ଆବଶ୍ୟକୀୟ କ୍ଷେତ୍ର ପାଇଁ ଶୁଳ୍କ ଲାଗିବ
– ଅତ୍ୟାବଶ୍ୟକ କ୍ଷେତ୍ରରେ ୨ହଜାର ଟଙ୍କାରୁ ଅଧିକ ନେଣଦେଣ ପାଇଁ ୫ ଟଙ୍କା ଏମ୍‌ଡିଆର୍
– ମ୍ୟୁଚୁଆଲ୍ ଫଣ୍ଡ, ସିକ୍ୟୁରିଟିଜ୍ ଓ ଷ୍ଟକ୍ ବ୍ରୋକର୍ ସମ୍ବନ୍ଧୀୟ ପେମେଣ୍ଟରେ ଲାଗିବ ଶୁଳ୍କ 
– ଏସବୁ ପାଇଁ ୦.୦୨ ପ୍ରତିଶତ ଏମ୍‌ଡିଆର୍‌ (ସର୍ବାଧିକ ୩୦୦ ଟଙ୍କା) ଲାଗିବ 
– ଏମ୍‌ଡିଆର୍ କୌଣସି ଗ୍ରାହକଙ୍କ ଉପରେ ଜମାରୁ ଲାଗୁ ହେବ ନାହିଁ 
– ଏହା ବ୍ୟବସାୟୀ ପେମେଣ୍ଟ ଇକୋସିଷ୍ଟମ୍ ମଧ୍ୟରେ ବାଣ୍ଟାଯିବ
– ବ୍ୟବସାୟୀମାନେ ଏହି ଚାର୍ଜ ଗ୍ରାହକଙ୍କ ଉପରେ ନ ପକାନ୍ତୁ ବୋଲି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି
– ୟୁପିଆଇ ଆପ୍ ସେବା ପ୍ରଦାନକାରୀଙ୍କୁ ପ୍ଲାଟଫର୍ମ ଫି କିମ୍ବା ଲୁକ୍କାୟିତ ଚାର୍ଜ ନେବାକୁ ମନା ହୋଇଛି
– ଗ୍ରାହକଙ୍କ ପାଇଁ ଅସୀମିତ ମାଗଣା ୟୁପିଆଇ ବ୍ୟବହାର ଜାରି ରହିବ
– ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ୟୁପିଆଇ ଆଦୃତି ବଢ଼ାଇବା ପାଇଁ ସ୍ୱତନ୍ତ୍ର ପାଣ୍ଠି ତିଆରି କରାଯିବ
– ମୋଟ ଆଦାୟ ଏମ୍‌ଡିଆର୍‌ର ୫ ପ୍ରତିଶତ ଏହି ପାଣ୍ଠିକୁ ଯିବ

Leave a Reply

Your email address will not be published. Required fields are marked *