ପାଣିକୋଇଲି ଛକରୁ ୧୧ ବର୍ଷର ନାବାଳକ ଉଦ୍ଧାର

ପାଣିକୋଇଲି ଛକରୁ ୧୧ ବର୍ଷର ନାବାଳକକୁ ଉଦ୍ଧାର କରିଛି ପାଣିକୋଇଲି ପୁଲିସ । ବାଟ ଭୁଲି ବସ୍‌ ଯୋଗେ ଚାଲିଆସିଥିବା ବେଳେ ନାବାଳକକୁ ଛକରୁ ଉଦ୍ଧାର କରିଛି ପୁଲିସ । ଉଦ୍ଧାର ପରେ ନାବାଳକକୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା ।

ପାଣିକୋଇଲି ଛକରୁ ୧୧ ବର୍ଷର ନାବାଳକକୁ ଉଦ୍ଧାର କରିଛି ପାଣିକୋଇଲି ପୁଲିସ । ବାଟ ଭୁଲି ବସ୍‌ ଯୋଗେ ଚାଲିଆସିଥିବା ବେଳେ ନାବାଳକକୁ ଛକରୁ ଉଦ୍ଧାର କରିଛି ପୁଲିସ । ଉଦ୍ଧାର ପରେ ନାବାଳକକୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା ।

ନାବାଳକ ଜଣକ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଖଇଆଳ ଗାଁର ସିଦ୍ଧୁ ଟୁଡୁଙ୍କ ପୁଅ ବୋଲି ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ଏବଂ କାହା ସହ ନାବାଳକ ଜଣକ ଏଠାକୁ ଆସିଲେ, ସେନେଇ ସ୍ପଷ୍ଟ ଭାବେ କିଛି କହିପାରୁନଥିବା ସୂଚନା ମିଳିଛି । ପରେ ପାଣିକୋଇଲି ପୁଲିସ ନାବାଳକକୁ ଯାଜପୁର ବାଳାଶ୍ରମକୁ ପଠାଇ ଦେଇଥିବା ପାଣିକୋଇଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *