ଇସଲାମର ପବିତ୍ର ସ୍ଥାନ ମକ୍କା ପାଇଁ ବିପଦ । ହୁତି ବିଦ୍ରୋହୀମାନଙ୍କ ଆକ୍ରମଣ ଭୟ । ଏବେ ସାଉଦି ଆରବ ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ମକ୍କା ପ୍ରତି ବିପଦ ବଢିଛି ।
ଇସଲାମର ପବିତ୍ର ସ୍ଥାନ ମକ୍କା ପାଇଁ ବିପଦ । ହୁତି ବିଦ୍ରୋହୀମାନଙ୍କ ଆକ୍ରମଣ ଭୟ । ଏବେ ସାଉଦି ଆରବ ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ମକ୍କା ପ୍ରତି ବିପଦ ବଢିଛି । ମକ୍କାକୁ ଟାର୍ଗେଟ କରି ହୁତି ବିଦ୍ରୋହୀମାନେ ଡ୍ରୋନ ଆକ୍ରମଣ କରିଥିବା ସାଉଦି ଆରବ ପକ୍ଷରୁ ଦାବି କରାଯାଇଛି। ତେବେ ୟେମେନର ହୁତିମାନେ ଏହି ଦାବିକୁ ଅସ୍ବୀକାର କରିଛନ୍ତି । ସାଉଦି ଆରବ କହିଛି ଯେ, ବିଦ୍ରୋହୀମାନେ ଏକ ଡ୍ରୋନ୍ ସାହାଯ୍ୟରେ ମକ୍କା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହାକୁ ମଝି ଆକାଶରେ ଗୁଳି କରି ଖସାଇ ଦିଆଯାଇଥିଲା ।
ସାଉଦି ମୁଖପାତ୍ର ତୁର୍କି ଅଲ-ମାଲିକି ଏହି ଆକ୍ରମଣକୁ କଡ଼ା ନିନ୍ଦା କରି କହିଛନ୍ତି, ପବିତ୍ର ସ୍ଥଳକୁ ଆସିଥିବା ସାଧାରଣ ନାଗରିକଙ୍କୁ ଭୟଭୀତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ପବିତ୍ର ସ୍ଥଳକୁ ଆସିଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷା ଦେବା ଆମର ସର୍ବୋଚ୍ଚ ପ୍ରାଥମିକତା । ବିଦ୍ରୋହୀଙ୍କ ଯେକୌଣସି ପ୍ରୟାସକୁ ପଣ୍ଡ କରାଯିବ । ଆକ୍ରମଣ ନେଇ ସାଉଦି ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଥିଲା । ୨୦୧୭ ପରେ ମକ୍କାରେ ପ୍ରଥମ ଥର ପାଇଁ ଏପରି ସୁରକ୍ଷା ସତର୍କତା ଜାରି କରାଯାଇଛି। ସେପଟେ ହୁତି ଆକ୍ରମଣ ଯୋଗୁ ସାଉଦି ଆରବ ଯାଉଥିବା ଆମେରିକାବାସୀଙ୍କ ପାଇଁ ଟ୍ରାଭେଲ ପରାମର୍ଶବଳୀ ଜାରି କରିଛି ଆମେରିକା । ସାଉଦି ଆରବ ଯାଉଥିଲେ ପୁନବିଚାର କରିବାକୁ କହିଛି ଆମେରିକା । ଇରାନର ଡ୍ରୋନ ଏବଂ ମିସାଇଲ ଆକ୍ରମଣର ଭୟ ଯୋଗୁ ଏଭଳି ପରାମର୍ଶବଳୀ ଜାରି କରାଯାଇଛି । ଏଥିସହ ଆତଙ୍କବାଦୀ ଆକ୍ରମଣର ଭୟ ଥିବାରୁ ୟେମେନର ସୀମା ନିକଟକୁ ନଯିବାକୁ ମଧ୍ୟ ପରାମର୍ଶ ଦେଇଛି ।

