୨୦୨୩ ମେ’ ମାସରେ ଘଟିଥିବା ଜାତିଗତ ହିଂସାରେ ୩୦୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୯ ଜଣ ଏବେ ବି ନିଖୋଜ ଅଛନ୍ତି। ମୈତେଇ ସମ୍ପ୍ରଦାୟର ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ବିରୋଧ କରି ପାହାଡ଼ି ଜିଲ୍ଲାଗୁଡ଼ିକରେ ଜନଜାତି ଏକତା ମାର୍ଚ୍ଚ ଆୟୋଜନ କରାଯିବା ପରେ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା।
ମଣିପୁର ଗୃହମନ୍ତ୍ରୀ ଗୋବିନ୍ଦାସ କନ୍ଥୋଜାମ ବିଧାନସଭାରେ କହିଛନ୍ତି ଯେ , ୨୦୨୩ ମେ’ ମାସରେ ଘଟିଥିବା ଜାତିଗତ ହିଂସାରେ ୩୦୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୯ ଜଣ ଏବେ ବି ନିଖୋଜ ଅଛନ୍ତି। ମୈତେଇ ସମ୍ପ୍ରଦାୟର ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ବିରୋଧ କରି ପାହାଡ଼ି ଜିଲ୍ଲାଗୁଡ଼ିକରେ ଜନଜାତି ଏକତା ମାର୍ଚ୍ଚ ଆୟୋଜନ କରାଯିବା ପରେ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ବିଜେପି ବିଧାୟକ ସପମ ରଞ୍ଜନ ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ କନ୍ଥୋଜାମ ଏହି ସୂଚନା ପ୍ରଦାନ କରିଛନ୍ତି। ମୈତେଇମାନେ ମଣିପୁରର ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ଏବଂ ସେମାନେ ମୁଖ୍ୟତଃ ଇମ୍ଫାଲ ଉପତ୍ୟକାରେ ବାସ କରନ୍ତି। ଯେତେବେଳେ ନାଗା ଏବଂ କୁକି ସମେତ ଆଦିବାସୀମାନେ ୪୦ ପ୍ରତିଶତ ଏବଂ ସେମାନେ ମୁଖ୍ୟତଃ ପାହାଡ଼ି ଜିଲ୍ଲାଗୁଡ଼ିକରେ ବାସ କରନ୍ତି।

