ପୁଣି ଇସ୍କନର ମନମାନି । ଅ-ତିଥିରେ ପୁଣି ଥରେ ରଥଯାତ୍ରା ପାଳନ କଲା ଇସ୍କନ । ଗତ ୨୩ ତାରିଖ ରବିବାର ଦିନ ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆରେ ବଡ ଧୁମଧାମରେ ରଥଯାତ୍ରା ପାଳନ କରିଛି ଇସ୍କନ ।
ପୁଣି ଇସ୍କନର ମନମାନି । ଅ-ତିଥିରେ ପୁଣି ଥରେ ରଥଯାତ୍ରା ପାଳନ କଲା ଇସ୍କନ । ଗତ ୨୩ ତାରିଖ ରବିବାର ଦିନ ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆରେ ବଡ ଧୁମଧାମରେ ରଥଯାତ୍ରା ପାଳନ କରିଛି ଇସ୍କନ । ଖାଲି ଏତିକି ନୁହେଁ ଗତ ୨୨ ତାରିଖରେ କାନାଡାର ବର୍ଲିଂଟନ୍ ସହର ଏବଂ ୟୁରୋପର ଦୁଇଟି ସହର ସହ ଜର୍ମାନୀର ଲେପିଜିଗ, ନରୱେର ଓସଲୋରେ ଅଗଷ୍ଟ ୨୩ ତାରିଖରେ ବହୁ ଧୂମଧାମରେ ଅଦିନିଆ ରଥଯାତ୍ରା ପାଳନ କରିଛି ।
ଯାହା ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀ ବାରମ୍ବାର ପ୍ରତିବାଦ ଓ ବିରୋଧ କରିବା ସତ୍ତ୍ୱେ ଅମାନିଆ ଇସ୍କନ୍ କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ । ଏହି ଅଦିନିଆ ରଥଯାତ୍ରା ବିରୋଧରେ ଆମେରିକାରେ ରହୁଥିବା ଶହଶହ ଓଡ଼ିଆ ଦାବିପତ୍ର ଇସ୍କନକୁ ପଠାଯାଇଥିଲେ ମଧ୍ୟରେ ଇସ୍କନ୍ କିଛି ନ ମାନି ଅଦିନିଆ ରଥଯାତ୍ରା କରି ଚାଲିଛି ।

