ସକାଳ ଜଳଖିଆରେ କିଛି ନୂଆ ଓ ସ୍ୱାଦିଷ୍ଟ ଖାଇବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ସହଜ ରେସିପି—ସୁଜି ପରଟା । ଏହା ସ୍ୱାଦିଷ୍ଟ ହେବା ସହ ଖୁବ୍ କମ୍ ସମୟରେ ଘରେ ପ୍ରସ୍ତୁତ କରିହେବ । ପ୍ରଥମେ ଏକ ପାତ୍ରରେ ସୁଜି ନିଅନ୍ତୁ ।
ସକାଳ ଜଳଖିଆରେ କିଛି ନୂଆ ଓ ସ୍ୱାଦିଷ୍ଟ ଖାଇବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ସହଜ ରେସିପି—ସୁଜି ପରଟା । ଏହା ସ୍ୱାଦିଷ୍ଟ ହେବା ସହ ଖୁବ୍ କମ୍ ସମୟରେ ଘରେ ପ୍ରସ୍ତୁତ କରିହେବ । ପ୍ରଥମେ ଏକ ପାତ୍ରରେ ସୁଜି ନିଅନ୍ତୁ । ଏଥିରେ ଦହି, ଅଳ୍ପ ଲୁଣ ଓ ଆବଶ୍ୟକ ଅନୁସାରେ ପାଣି ଦେଇ ଭଲ ଭାବେ ମିଶାନ୍ତୁ । ଏହାକୁ କିଛି ସମୟ ରଖିଦିଅନ୍ତୁ, ଯାହାଦ୍ୱାରା ସୁଜି ଭଲ ଭାବେ ନରମ ହୋଇଯିବ । ଏହାପରେ ମିଶ୍ରଣରେ ଆପଣଙ୍କ ପସନ୍ଦ ଅନୁସାରେ ପିଆଜ, କଞ୍ଚାଲଙ୍କା, ଧନିଆପତ୍ର ଓ ଅନ୍ୟାନ୍ୟ ମସଲା ମିଶାଇ ପରଟା ପାଇଁ ମଇଦା ଭଳି ମିଶ୍ରଣ ପ୍ରସ୍ତୁତ କରନ୍ତୁ ।
ଛୋଟ ଛୋଟ ଗୋଲା କରି ବେଲନ୍ତୁ । ଏବେ ତାୱା ଗରମ କରି ସେଥିରେ ଅଳ୍ପ ତେଲ କିମ୍ବା ଘିଅ ଦିଅନ୍ତୁ। ପରଟାକୁ ତାୱା ଉପରେ ରଖି ଦୁଇ ପଟକୁ ଭଲ ଭାବେ ସେକନ୍ତୁ । ଉପରେ ହାଲୁକା ସୁନେଲି ରଙ୍ଗ ଆସିଲେ ବୁଝିବେ ସୁଜି ପରଟା ପ୍ରସ୍ତୁତ । ଗରମାଗରମ ସୁଜି ପରଟାକୁ ଦହି, ଚଟଣି କିମ୍ବା ଆପଣଙ୍କ ପସନ୍ଦର ତରକାରୀ ସହ ପରଷନ୍ତୁ । ସହଜରେ ପ୍ରସ୍ତୁତ, ସ୍ୱାଦରେ ଜବରଦସ୍ତ—ସକାଳ ଜଳଖିଆ ପାଇଁ ସୁଜି ପରଟା ହୋଇପାରେ ଏକ ଭଲ ବିକଳ୍ପ ।

