ବାଂଲାଦେଶରେ ଶିକ୍ଷକଙ୍କ ପରିବାରର ନିର୍ମମ ହତ୍ୟା, ଗୋଟିଏ ଘରୁ ୪ ମୃତଦେହ ଉଦ୍ଧାର

ବାଂଲାଦେଶରେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପରିବାରର ନିର୍ମମ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ । ରଙ୍ଗପୁରରେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର ପରେ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ବାଂଲାଦେଶରେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପରିବାରର ନିର୍ମମ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ । ରଙ୍ଗପୁରରେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର ପରେ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତକଙ୍କ ମଧ୍ୟରେ ୬୫ ବର୍ଷୀୟ ଗଣପତି ଚକ୍ରବର୍ତ୍ତୀ, ତାଙ୍କ ପତ୍ନୀ ପ୍ରୀତିଲତା, ୨୩ ବର୍ଷୀୟ ଝିଅ ଏବଂ ୧୨ ବର୍ଷୀୟ ପୁଅ ରହିଛନ୍ତି। 
ପ୍ରାଥମିକ ତଦନ୍ତ ଅନୁସାରେ, ଘଟଣାର ସୂତ୍ରପାତ ଘରର ଛାତ ଉପରୁ ହୋଇଥିବା ପୋଲିସ ସନ୍ଦେହ କରୁଛି । କିଛି ଅଭିଯୁକ୍ତ ପାଖ ବିଲ୍ଡିଂର ଛାତ ଦେଇ ଘରକୁ ପ୍ରବେଶ କରିଥିବା ଏବଂ ସେଠାରେ ନିଶା ସେବନ କରୁଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଏହାକୁ ବିରୋଧ କରିଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ହତ୍ୟା କରାଯାଇଥିବା ଏବଂ ପରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ପୋଲିସ କହିଛି ।

ଘଟଣାଟିକୁ ପ୍ରଥମେ ଡକାୟତି ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିବା ପୋଲିସର ସନ୍ଦେହ। ଘର ଭିତରେ ଜିନିଷପତ୍ର ଏଣେତେଣେ ପକାଇ ରଖାଯାଇଥିବା ନେଇ ମଧ୍ୟ ତଦନ୍ତକାରୀ ଟିମ୍‌କୁ ସୁରାକ ମିଳିଛି । ଏହି ମାମଲାରେ ପୋଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ରଙ୍ଗପୁର ମେଡିକାଲ କଲେଜ୍ ହସ୍ପିଟାଲକୁ ପଠାଯାଇଛି। ପୋଲିସ ସହିତ CID ଏବଂ DBର ଟିମ୍ ମଧ୍ୟ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ତେବେ ଏକାସାଙ୍ଗରେ ଗୋଟିଏ ପରିବାରର ୪ ଜଣଙ୍କ ଏଭଳି ନିର୍ମମ ହତ୍ୟା ପଛରେ ପ୍ରକୃତ କାରଣ କଣ? ଡକାୟତି ନା ଅନ୍ୟ କୌଣସି ଉଦ୍ଦେଶ୍ୟ? ତଦନ୍ତ ଆଗକୁ ବଢ଼ିବା ସହ ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *