ଲଗାଣ ବର୍ଷାରେ କେନ୍ଦୁଝର ତେଲକୋଇ-ଭୁବନେଶ୍ବର ଓ ଜଗମୋହନପୁର ରାସ୍ତା ବିଚ୍ଛିନ୍ନ । ସମାକୋଇ ପୋଲରେ ୩ ଫୁଟ ବର୍ଷାଜଳ ଡେଇଁଲା, ନୂଆଁଗଡ଼ ଟେନାର ପୋଲ ଉପରେ ୫ ଫୁଟ, ହନୁମନ୍ତିଆ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି ।
ଲଗାଣ ବର୍ଷାରେ କେନ୍ଦୁଝର ତେଲକୋଇ-ଭୁବନେଶ୍ବର ଓ ଜଗମୋହନପୁର ରାସ୍ତା ବିଚ୍ଛିନ୍ନ । ସମାକୋଇ ପୋଲରେ ୩ ଫୁଟ ବର୍ଷାଜଳ ଡେଇଁଲା, ନୂଆଁଗଡ଼ ଟେନାର ପୋଲ ଉପରେ ୫ ଫୁଟ, ହନୁମନ୍ତିଆ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । ତେଲକୋଇ-ଜଗମୋହନପୁର ପୂର୍ତ୍ତ ରାସ୍ତାରେ ୩ ଫୁଟ ବର୍ଷାଜଳ ପ୍ରବାହିତ । କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଲଗାଣ ବର୍ଷାରେ ତେଲକୋଇ- ଭୁବନେଶ୍ୱର,ତେଲକୋଇ- ଜଗମୋହନପୁର ଓ ତେଲକୋଇ- ଦେଉଳଡିହା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ପଡ଼ିଛି । ହନୁମନ୍ତିଆ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତେଲକୋଇ-ଜଗମୋହନପୁର ପୂର୍ତ୍ତ ରାସ୍ତା କେନ୍ଦୁପତ୍ର ଅଫିସ ନିକଟରେ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି ।
ସେହିପରି ଦେଉଳଡିହା ପଞ୍ଚାୟତ ନୂଆଁଗଡସ୍ଥିତ ଟେନାର ନାଳ ପୋଲ ଉପରେ ୫ ଫୁଟ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦେଉଳଡିହା ଓ କରଦାଙ୍ଗି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ତେଲକୋଇ ଡାକବଙ୍ଗଳା ନିକଟସ୍ଥ ସମାକୋଇ ନଦୀର ପୋଲ ଉପରେ ଗତକାଲି ବିଳମ୍ବିତ ରାତିରୁ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗତକାଲି ବିଳମ୍ବିତ ରାତିରୁ ତେଲକୋଇ- ଭୁବନେଶ୍ୱର,କଟକ ଢେଙ୍କାନାଳ,କାଳିଆହତା ପ୍ରଭୃତି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି ।

